ଓଡିଶା

odisha

ETV Bharat / city

ଏଣିକି ଜରୁରୀ ସେବା ପାଇଁ 112 ନମ୍ବର ଉପଲବ୍ଧ

ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର । ଜରୁରୀ ସହାୟତା ପାଇଁ ୧୧୨ ନମ୍ବର ହେବ ଉପଲବ୍ଧ ।

By

Published : Dec 2, 2020, 3:38 PM IST

ଜରୁରୀ ସେବା ପାଇଁ 112 ନମ୍ବର ଉପଲବ୍ଧ
ଜରୁରୀ ସେବା ପାଇଁ 112 ନମ୍ବର ଉପଲବ୍ଧ

ଭୁବନେଶ୍ବର: ରାଜ୍ୟରେ ପୋଲିସ ପକ୍ଷରୁ ଯୋଗାଇ ଦିଆଯାଉଥିବା ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର । ଜରୁରୀ ସହାୟତା ପାଇଁ ୧୧୨ ନମ୍ବର ହେବ ଉପଲବ୍ଧ । ପୋଲିସ ଆମ୍ବୁଲାନ୍ସ, ଦମକଳ, ମହିଳା ହେଲ୍ପଲାଇନ ଭଳି ବିଭିନ୍ନ ଜରୁରୀସେବା ପାଇଁ ଆଉ ଭିନ୍ନଭନ୍ନ ନମ୍ବରକୁ ଡାଏଲ କରିବାକୁ ପଡିବ ନାହିଁ ।

ଏଣିକି ୧୧୨ ନମ୍ବର ଡାଏଲ କରି ପୋଲିସ ପକ୍ଷରୁ ସବୁ ଜରୁରୀ ସହାୟତା ତୁରନ୍ତ ମିଳିପାରିବ। ଜନସାଧାରଣଙ୍କ ସୁବିଧା ତଥା ତ୍ବରିତ ସେବା ଯୋଗାଣକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ବିଭିନ୍ନ ସହାୟତା ନମ୍ବର ଯଥା ୧୦୦, ୧୦୧, ୧୦୨, ୧୦୪, ୧୦୮, ୧୮୧ ଓ ୧୦୯୮ ଏସବୁକୁ ଏକୀଭୂତ କରି ଗୋଟିଏ ନମ୍ବର ଯଥା-୧୧୨ ରେ ପରିଣତ କରାଯାଇଛି ।

୧୧୨ ନମ୍ବର ଜରିଆରେ ସାଧାରଣଲୋକଙ୍କୁ ଦକ୍ଷତାର ସହ ତ୍ବରିତ ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସ ବିଭାଗର ୧୦୯୮ଟି ବିଭିନ୍ନ ପଦବୀ ସୃଷ୍ଟିକୁ ମଧ୍ୟ ଅନୁମୋଦନ କରିଛନ୍ତି। ୧୧୨ ସେବା ପାଇଁ ୪ ଡିଏସପି, ୧୫୧ ସବଇନ୍ସପେକ୍ଟର, ୨୦୩ ସହକାରୀ ସବଇନ୍ସପେକ୍ଟର ଏବଂ ୭୪୦ ଜଣ କନେଷ୍ଟବଳ ନିୟୋଜିତ ହେବେ ।

ଏତଦ୍‌ବ୍ୟତୀତ outsourcing ଜରିଆରେ ୧୯୮ଜଣ Call Taker Executive ଏବଂ ୨୩୬ଟି ଗାଡି ମଧ୍ୟ ନିୟୋଜିତ ହେବ । ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ଜରୁରୀ ସହାୟତା ଗୋଟିଏ ନମ୍ବର ୧୧୨ ରେ ଉପଲବ୍ଧ ହେବ।

ଏହାଦ୍ବାରା ଜନସାଧାରଣଙ୍କୁ ଅଧିକ ଦକ୍ଷତାର ସହ ଉତ୍ତମ ସେବା ଯୋଗାଇ ଦେବାରେ ପୋଲିସ ସଫଳ ହେବ ଏବଂ ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ଅଧିକ ମଜବୁତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details