ଓଡିଶା

odisha

ETV Bharat / city

Covid Recovery Report: କୋରୋନାରୁ ସୁସ୍ଥ ହେଲେ 11157 ଆକ୍ରାନ୍ତ

କୋରୋନାକୁ ମାତ ଦେଇ ସୁସ୍ଥ ହେଲେ ଆଉ ୧୧୧୫୭ ଆକ୍ରାନ୍ତ । ଗୁରୁବାର କୋରୋନା ପଞ୍ଝାରୁ ମୁକ୍ତ ହେଲେ ୩୦ ଜିଲ୍ଲା ଏବଂ ଷ୍ଟେଟ୍ ପୁଲରୁ ୧୧୧୫୭ ରୋଗୀ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୧ ଲକ୍ଷ ୬୩୩୯୬କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

Covid Recovery Report :କୋରୋନାରୁ ସୁସ୍ଥ ହେଲେ 11157 ଆକ୍ରାନ୍ତ
Covid Recovery Report :କୋରୋନାରୁ ସୁସ୍ଥ ହେଲେ 11157 ଆକ୍ରାନ୍ତ

By

Published : Jan 27, 2022, 6:48 PM IST

ଭୁବନେଶ୍ବର :କୋରୋନାକୁ ମାତ ଦେଇ ସୁସ୍ଥ ହେଲେ ଆଉ ୧୧୧୫୭ ଆକ୍ରାନ୍ତ । ଗୁରୁବାର କୋରୋନା ପଞ୍ଝାରୁ ମୁକ୍ତ ହେଲେ ୩୦ ଜିଲ୍ଲା ଏବଂ ଷ୍ଟେଟ୍ ପୁଲରୁ ୧୧୧୫୭ ରୋଗୀ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୧ ଲକ୍ଷ ୬୩୩୯୬କୁ ବୃଦ୍ଧି ହୋଇଛି ।

ଖୋର୍ଦ୍ଧାରୁ ୩୬୫୩, ସୁନ୍ଦରଗଡରୁ ୧୧୩୦, କଟକରୁ ୭୫୨, ଜଗତସିଂହପୁରରୁ ୩୨୫, ବାଲେଶ୍ବରରୁ ୩୦୨, କୋରାପୁଟରୁ ୨୯୬, ମୟୂରଭଞ୍ଜରୁ ୨୯୫ ଓ କେନ୍ଦୁଝରରୁ ୨୮୨ କୋରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଯାଜପୁରରୁ ୨୭୫, ବଲାଙ୍ଗୀରରୁ ୨୩୧, ନୟାଗଡରୁ ୨୩୦, ରାୟଗଡାରୁ ୨୨୭, ସମ୍ବଲପୁରରୁ ୨୦୬, ସୋନପୁରରୁ ୧୯୪, କଳାହାଣ୍ତିରୁ ୧୬୭, ବରଗଡରୁ ୧୬୬ ଓ ପୁରୀରୁ ୧୫୭ ସୁସ୍ଥ ହୋଇଛନ୍ତି ।

ସେହିପରି, ନବରଙ୍ଗପୁରରୁ ୧୫୬, ଝାରସୁଗୁଡାରୁ ୧୪୩, ଗଜପତିରୁ ୧୪୦, ଭଦ୍ରକରୁ ୧୨୯, ଢେଙ୍କାନାଳରୁ ୧୨୬, ବୌଦ୍ଧରୁ ୧୨୩, ଅନୁଗୋଳରୁ ୧୧୪ ଓ ନୂଆପଡାରୁ ୯୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । କେନ୍ଦ୍ରାପଡାରୁ ୯୨, ଦେଓଗଡରୁ ୮୬, କନ୍ଧମାଳରୁ ୭୬, ଗଞ୍ଜାମରୁ ୬୯ ଓ ମାଲକାନଗିରିରୁ ୬୩ ସୁସ୍ଥ ହୋଇଛନ୍ତି । ସେହିପରି ଷ୍ଟେଟପୁଲ ସଂଖ୍ୟା ରହିଛି ୮୫୯ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details