ଭୁବନେଶ୍ୱରର: ରାଜ୍ୟରେ କୋରୋନା ମାମଲାରେ ଲାଗୁନି ବ୍ରେକ । ସେହିପରି ଗୋଟିଏ ଦିନରେ ରାଜଧାନୀ ଭୁବନେଶ୍ୱରରୁ ସର୍ବାଧିକ 111 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶନିବାର ଚିହ୍ନଟ 111 ଆକ୍ରାନ୍ତଙ୍କ ମଧ୍ୟରୁ 62 ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ 49 ସ୍ଥାନୀୟ ସଂକ୍ରମଣ ଭାବରେ ଚିହ୍ନଟ ହୋଇଛନ୍ତି।
ତେବେ ହୋମ କ୍ବାରେଣ୍ଟାଇନରୁ 62 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ 9 ଜଣ ଆଇଗିନିଆ ଅଂଚଳରେ ଥିବା ଆଲୁଗଦିରୁ, 4 ଜଣ ନୀଳାଦ୍ରି ବିହାର, 2 ଜଣ ନୟାପଲ୍ଲୀ, 2 ଜଣ ୟୁନିଟ 2, 2 ଜଣ ମୈତ୍ରୀ ବିହାର ଏଲଆଇସି କଲୋନୀ, 3 ଜଣ ରସୁଲଗଡ, 3 ଜଣ ଡୁମଡୁମା, 3 ଜଣ ଆଇ ଆରସି ଭିଲେଜ, 2 ଜଣ ମଞ୍ଚେଶ୍ୱର, 5 ଜଣ ଡୁମଡୁମା ନୂଆସାହି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।
ସେହିପରି ହଂସପାଳ, ଚନ୍ଦ୍ରଶେଖରପୁର, ଖଣ୍ଡଗିରି, ଚନ୍ଦକା, ଡୁମଡୁମା, ସୁନ୍ଦରପଦା, ବଡଗଡ, ନୀଳମାଧବ ବସ୍ତି, ଅଶୋକ ନଗର, ପଳାସପଲି, ହଲଦୀପଡ଼ିଆ ବସ୍ତି, ଝରପଡ଼ା, ୟୁନିଟ 3 ସ୍ୱାସ୍ତ୍ରୀ ନାଗର, ୟୁନିଟ 6,ଓଲ୍ଡ଼ ଟାଉନରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରେଳ ବିଭାଗର ଜଣେ କର୍ମଚାରୀ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।