ଓଡିଶା

odisha

ETV Bharat / city

ଚକୋଲେଟ ଦେଇ ସିମା ଟପିଲେ ଚାଚା, ୧୧ ବର୍ଷର ନାବାଳିକାକୁ ଅସଦାଚରଣ - minor girl mistreated by neighbour in bbsr

ଚକୋଲେଟ ବାହାନାରେ ନାବାଳିକାକୁ ଅସଦାଚରଣ କଲା ପଡୋଶୀ ଘର ଚାଚା । ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଅଧିକ ପଢନ୍ତୁ....

ଚକୋଲେଟ ଦେଇ ସିମା ଟପିଲେ ଚାଚା
ଚକଲେଟ ଦେଇ ସିମା ଟପିଲେ ଚାଚା, ୧୧ବର୍ଷର ନାବାଳିକାକୁ ଅସଦାଚରଣ

By

Published : Jun 20, 2021, 7:32 PM IST

ଭୁବନେଶ୍ବର : ରାଜଧାନୀରେ ଚାଞ୍ଚଲ୍ୟକର ଘଟଣା । ସୀମା ଟପିଲେ ପଡୋଶୀ ଘର ଚାଚା । ୧୧ବର୍ଷର ନାବାଳିକାକୁ ଏକୁଟିଆ ଦେଖି ଚକଲେଟ ଦେଇ ଅସଦାଚରଣ କରିଥିବା ଅଭିଯୋଗ। ଏପରି ଏକ ଅଭିଯୋଗ ଆସିଛି ରାଜଧାନୀ ଖାରବେଳନଗର ଥାନା ଅଞ୍ଚଳରୁ। ଏନେଇ ଥାନାରେ ମଧ୍ୟ ନାବାଳିକାର ପରିବାର ଅଭିଯୋଗ ମଧ୍ୟ କରିଛନ୍ତି । ଏତଲା ଆଧାରରେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତ ଗୋପାଳ କିଶୋର ବାରିକକୁ ଗିରଫ କରି ପକ୍ସୋ ଆକ୍ଟରେ କୋର୍ଟ ଚାଲାଣ କରିଛି ।

ସମ୍ପୂର୍ଣ୍ଣ ଘଟଣା ଅନୁସାରେ ଅଭିଯୁକ୍ତ ୟୁନିଟ ୯ ଅଞ୍ଚଳରେ ଏକ ଦୋକାନ କରିଛନ୍ତି। ତେବେ ଏହି ଦୋକାନକୁ ଆସୁଥିଲେ ପଡୋଶୀ ୧୧ବର୍ଷର ନାବାଳିକା। ସଟଡାଉନ ସବୁ ଦୋକାନ ବନ୍ଦ ଥିବାରୁ ଚାଚା ଏହାର ସୁଯୋଗ ନେଇ ନାବାଳିକା ଜଣଙ୍କୁ ଅଧିକ ଚକୋଲେଟ ଦେବ ବୋଲି କହି ନାବାଳିକା ସହ ଅସଦାଚରଣ କରିଥିଲେ । ଏନେଇ ଜୈନିକ ନାବାଳିକା ପରିବାର ଲୋକଙ୍କୁ ଅବଗତ କରାଇବା ପରେ ପରିବାର ଲୋକ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ପୋସ୍କୋ ଆକ୍ଟରେ କୋର୍ଟ ଚାଲାଣ କରିଛି କମିସନରେଟ ପୋଲିସ।

ଭୁବନେଶ୍ବରରୁ ତାପସ ପରିଡା , ଇଟିଭି ଭାରତ

ABOUT THE AUTHOR

...view details