ଓଡିଶା

odisha

By

Published : Nov 20, 2019, 10:13 PM IST

ETV Bharat / city

ରାଜଧାନୀର 11 ଆହାର କେନ୍ଦ୍ରକୁ ISO ମାନ୍ୟତା

ସୁବ୍ୟବସ୍ଥିତ ଢଙ୍ଗରେ ଖାଦ୍ୟ ପରିଚାଳନା, ଖାଦ୍ୟର ଗୁଣାତ୍ମକ ମାନ, ସ୍ବଚ୍ଛତା ଏବଂ ଶୃଙ୍ଖଳିତ ଭାବରେ ଖାଦ୍ୟ ପରିବେଷଣ ପାଇଁ ବିଏମସି ଅଞ୍ଚଳର 11ଟି ଆହାର କେନ୍ଦ୍ରକୁ ISO ମାନ୍ୟତା । ଅଧିକ ପଢ଼ନ୍ତୁ...

ବିଏମସି ଅଞ୍ଚଳର 11ଟି ଆହାର କେନ୍ଦ୍ରକୁ ISO ମାନ୍ୟତା

ଭୁବନେଶ୍ବର: ଆହାର କେନ୍ଦ୍ରକୁ ମିଳିଲା ଆଇଏସଓ (ISO) । ରାଜଧାନୀ ଭୁବନେଶ୍ବରରେ ଆହାର କେନ୍ଦ୍ର ଗୁଡିକୁ ମିଳିଲା ନୂଆ ପରିଚୟ। ଆଇଏସଓ, ISO 9001:2015 ମାନ୍ୟତା ପାଇଲା ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳର 11ଟି ଆହାର କେନ୍ଦ୍ର। ସୁବ୍ୟବସ୍ଥିତ ଢଙ୍ଗରେ ଖାଦ୍ୟ ପରିଚାଳନା, ଖାଦ୍ୟର ଗୁଣାତ୍ମକ ମାନ, ସ୍ବଚ୍ଛତା ଏବଂ ଶୃଙ୍ଖଳିତ ଭାବରେ ଖାଦ୍ୟ ପରିବେଷଣ ନେଇ ମିଳିଛି ଏହି ମାନ୍ୟତା।

ବିଏମସି ଅଞ୍ଚଳର 11ଟି ଆହାର କେନ୍ଦ୍ରକୁ ISO ମାନ୍ୟତା

ବିଏମସି କତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଭୁବନେଶ୍ବରରେ ବିଏମସି ପକ୍ଷରୁ ଦୈନିକ 11ଟି ଆହାର କେନ୍ଦ୍ରରେ 9000 ମିଲ୍ସ ପରଷା ଯାଉଛି। ଏହି ମାନ୍ୟତା ପ୍ରଥମ ଥର ପାଇଁ ପାଇଛି ବିଏମସି। ପ୍ରତ୍ୟକ କିସମର ଉତ୍ପାଦନ ନିମନ୍ତେ ମାନ ନିର୍ଦ୍ଧାରଣ କରିବାର ପ୍ରମାଣପତ୍ର ଦେଉଥିବା ଆଇଏସଓ ସଂସ୍ଥା ପକ୍ଷରୁ 19 ନଭେମ୍ବର ବୁଧବାର ଭୁବନେଶ୍ବର ଅଞ୍ଚଳରେ ଥିବା 11 ଗୋଟି ଆହାର କେନ୍ଦ୍ରକୁ ମିଳିଲା ଆଇଏସଓ ମାନ୍ୟତା। ଏଭଳି ମାନ୍ୟତା ପ୍ରଦାନକରି ଏହି ସେବାର ମାନବୃଦ୍ଧି କରିଛନ୍ତି ଆଇଏସଓ।

ସୁବ୍ୟବସ୍ଥିତ ଢଙ୍ଗରେ ଖାଦ୍ୟ ପରିଚାଳନା, ଖାଦ୍ୟର ଗୁଣାତ୍ମକ ମାନ, ସ୍ବଚ୍ଛତା ଏବଂ ଶୃଙ୍ଖଳିତ ଭାବରେ ଖାଦ୍ୟ ପରିବେଷଣ ନେଇ ଏହି ମାନ୍ୟତା ପ୍ରଦାନ କରାଯାଏ । ତେବେ ବିଏମସି ଆହାର କେନ୍ଦ୍ର ଗୁଡିକ ଉପରେ ଆବଶ୍ୟକୀୟ ତଥ୍ୟ ଆଇଏସଓକୁ ଦିଆଯାଇଥିଲା । ଆଉ ସମସ୍ତ ମାନଦଣ୍ଡ ପୂରଣ କରି ଆହାର କେନ୍ଦ୍ର ଗୁଡିକୁ ଏ ମାନ୍ୟତା ମିଳିଛି ବୋଲି ବିଏମସି ଡେପୁଟି କମିଶନର ସଙ୍ଘମିତ୍ରା ବେହେରା କହିଛନ୍ତି। ସାଧାରଣ ଲୋକେ ଏ ନେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି। ଆହାର କେନ୍ଦ୍ର ଗୁଡିକରେ ଭଲ ଖାଦ୍ୟ ମିଳୁଛି। ସଫା ସୁତୁରାକୁ ମଧ୍ୟ ଧ୍ୟାନ ଦିଆଯାଉଛି। ଶୃଙ୍ଖଳିତ ଭାବରେ ଖାଦ୍ୟ ପରିବେଷଣ କରାଯାଉଛି।

ଏମ୍ସରେ ଥିବା ଦୁଇଟି ଆହାର କେନ୍ଦ୍ରରେ 1500ଟି ମିଲ, ସମ ହସ୍ପିଟାଲ କେନ୍ଦ୍ରରେ ଦିନରେ 500ଟି ମିଲ ଏବଂ ରାତିରେ 250ଟି ମିଲ, କଳିଙ୍ଗ ହସ୍ପିଟାଲ କେନ୍ଦ୍ରରେ ଦିନରେ 500 ଏବଂ ରାତ୍ରିରେ 250ଟି ମିଲ, ବରମୁଣ୍ଡା ଆହାର କେନ୍ଦ୍ରରେ 500ଟି ମିଲ, କ୍ୟାପିଟାଲ ହସ୍ପିଟାଲ ଦିନବେଳା 1000 ଏବଂ ରାତ୍ରିରେ 500 ମିଲ, ନୟାପାଲ୍ଲୀ ଦୁର୍ଗା ମଣ୍ଡପ ଆହାର କେନ୍ଦ୍ରରେ ଦିନବେଳେ 500ଟି ମିଲ, ମାଷ୍ଟର କ୍ୟାଣ୍ଟିଂ ମୋ ବସ ଡିପୋ ଆହାର କେନ୍ଦ୍ରରେ 1000ଟି ମିଲ, ଅଶୋକ ନଗର ଆହାର କେନ୍ଦ୍ରରେ ରାତିରେ 500ଟି, ରସୁଲଗଡ଼ ଆହାର କେନ୍ଦ୍ରରେ 1000ଟି ମିଲ ଏବଂ କଳ୍ପନା ଛକ ମ୍ୟୁଜିୟମ ସାମ୍ନା ଆହାର କେନ୍ଦ୍ରରେ 1000ଟି ମିଲ ପରିବେଷଣର ବ୍ୟବସ୍ଥା ରହିଛି।

ସମସ୍ତଙ୍କ ପାଇଁ ଖାଦ୍ୟକୁ ନିଶ୍ଚିତ କରାଇବାର ଲକ୍ଷ୍ୟକୁ ବାସ୍ତବ ରୂପାୟନ କରିଛି ଓଡିଶା ସରକାରଙ୍କ ଆହାର ଯୋଜନା। ଗରିବ ଶ୍ରେଣୀର ଜନସାଧାରଣଙ୍କ ପାଇଁ ପେଟ ପୁରା ଖାଦ୍ୟ ଯୋଗାଉଛି ଆହାର ଯୋଜନା। ତେବେ ଏହି ଜାତୀୟ ସ୍ବୀକୃତି 2019 ନଭେମ୍ବର ଠାରୁ 2022 ନଭେମ୍ବର, 3 ବର୍ଷ ପର୍ଯ୍ୟନ୍ତ ରହିଛି। ମିଳିଥିବା ସୂଚନା ଅନୁଯାୟୀ ଆଗାମୀ ଦିନରେ ଭୁବନେଶ୍ବରରେ କରାଯାଇଥିବା ଶୌଚାଳୟ ଗୁଡିକ ପାଇଁ ଆଇଏସଓ ମାନ୍ୟତାକୁ ହାସଲ କରିବା ବିଏମସିର ଯୋଜନା ରହିଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details