ଭୁବନେଶ୍ବର: ରାଜଧାନୀରେ କାୟା ବିସ୍ତାର କରୁଛି କୋରୋନା ମହାମାରୀ । ଦିନକୁ ଦିନ ବଢ଼ିବାରେ ଲାଗିଛି ପଜିଟିଭ ସଂଖ୍ୟା । ଭୁବନେଶ୍ୱରରେ 105 ଟି ପଜିଟିଭ ଚିହ୍ନଟ ହୋଇଛନ୍ତି । ବସ୍ତିରେ ଅଣାୟତ୍ତ ଆକ୍ରାନ୍ତଙ୍କ ସଂଖ୍ୟା ।
ଗୁରୁବାର ଚିହ୍ନଟ ହୋଇଥିବା 105 ଜଣଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ 59 ଜଣ ଓ 46 ଜଣ ସ୍ଥାନୀୟ ସଂକ୍ରମଣ ଭାବରେ ଚିହ୍ନଟ ହୋଇଛନ୍ତି । ସୁସ୍ଥ ହୋଇଛନ୍ତି 123 ଜଣ । ତେବେ ସଂଗରୋଧ କେନ୍ଦ୍ରରେ ଚିହ୍ନଟ ହୋଇଥିବା 59 ଆକ୍ରାନ୍ତଙ୍କ ମଧ୍ୟରୁ 6 ଜଣ ସହିଦ ନଗର ଅଞ୍ଚଳର, ନୟାପଲି ନୂଆ ସାହି ଅଞ୍ଚଳର 9, ନୟାପଲି ଅଞ୍ଚଳର 6, ୟୁନିଟ 1 ମାର୍କେଟ ଅଞ୍ଚଳରୁ 3 ଜଣ ଚିହ୍ନଟ ହୋଇଛନ୍ତି ।
ସେହିପରି ଫରେଷ୍ଟ ପାର୍କ ଅଞ୍ଚଳ, ଆଚାର୍ଯ୍ୟ ବିହାର ବିଶେଶ୍ୱର ବସ୍ତି, ଆଇଆରସି ଭିଲେଜ ଏନ 4 ଅଞ୍ଚଳର 3 ଲେଖାଏଁ ଚିହ୍ନଟ ହୋଇଛନ୍ତି । ଡୁମଡୁମା ଓ ଖଣ୍ଡଗିରିର ବରି ଅଞ୍ଚଳର 2 ଲେଖାଏଁ ଚିହ୍ନଟ ହୋଇଛନ୍ତି । ସାମପୁର, ସୁନ୍ଦରପଦା, ଚନ୍ଦ୍ରଶେଖରପୁର, ଖଣ୍ଡଗିରି ବରମୁଣ୍ଡା ଆଦି ଅଞ୍ଚଳରେ ଜଣେ ଲେଖାଏଁ କୋରୋନା ଚିହ୍ନଟ ହୋଇଛନ୍ତି ।