ଭୁବନେଶ୍ବର: ବ୍ରାଉନ ସୁଗାର ବେପାରୀଙ୍କ ହାଇପ୍ରୋଫାଇଲ କାରବାର । ଦାମି ଗାଡିରେ ଚାଲିଛି ଧଳା ଜହର ବ୍ୟବସାୟ। ପୋଲିସ ଓ ଅବକାରୀ ଟିମର ନଜର ଆଢୁଆଳରେ ଚାଲିଛି ଏହି କାରବାର। ତେବେ ଭୁବନେଶ୍ବରକୁ ଚାଲାଣ ହେଉଥିବା ବେଳେ ଜବତ କଲା ଭୁବନେଶ୍ବର ଅବକାରୀ ଟିମ।
ସ୍ମାର୍ଟସିଟିରେ ସ୍ମାର୍ଟ କାରବାର, ଦାମୀ କାରରୁ ବ୍ରାଉନ ସୁଗାର ଜବତ - ଅବକାରୀ ବିଭାଗ ଟିମ୍
ଖୋର୍ଦ୍ଧା ପରେ ଭୁବନେଶ୍ବରରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କଲା ଅବକାରୀ ବିଭାଗ ଟିମ୍ ।
ସୂଚନା ମୁତାବକ ଏହି ବ୍ରାଉନସୁଗାର ଚାଲାଣ ହେଉଥିବା ବେଳେ ଲିଙ୍ଗିପୁର ଛକରେ ଗୋଡାଇ ଗୋଡାଇ ଧରିଛି ଅବକାରି ଟିମ। ଘଟଣାସ୍ଥଳରୁ ୧୦ ଲକ୍ଷ ଟଙ୍କାର ୧୦୦ ଗ୍ରାମ ବ୍ରାଉନସୁଗାର ସହ ଗୋଟିଏ ହୋଣ୍ଡା ଅମାଜେ od02ak2006 ଜବତ କରିଛି । ଅଭିଯୁକ୍ତ ହେଲେ ବାଙ୍କୀ ନୁଆ ଗାଁର ଅଜୟ ପ୍ରଧାନ ଓ ଶ୍ରୀକାନ୍ତ ନାୟକ। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ବ୍ରାଉନସୁଗାର ବ୍ୟବସାୟୀ ଏଣିକି ବାଇକ କି ସାଇକେଲରେ ବେପାର ନକରି ଦାମି କାରରେ ବିକ୍ରି କରୁଥିବାର ନଜର ଆସିଛି । ତେବେ ସେମାନେ ଜଣେ ବ୍ୟବସାୟୀକୁ ଡିଲ କରିବାକୁ ଆସୁଥିବାର ଖବର ପାଇଥିଲେ ଅବକାରୀ ଇନସ୍ପେକ୍ଟର ପଟେଲ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ