ଓଡିଶା

odisha

ETV Bharat / city

ମୁଢି ବିକ୍ରି ବାହାନାରେ ଗଞ୍ଜେଇ ଚାଲାଣ, ମାଡିବସିଲା ପୋଲିସ - ganja smuggling in unique way

ମୁଢି ବିକିବା ବାହାନାରେ ଗଞ୍ଜେଇ ଚାଲାଣ ବେଳେ ଧରିନେଲା କମିଶନରେଟ୍‌ ପୋଲିସ । ପୂର୍ବରୁ ସୂଚନା ପାଇ ଲକ୍ଷ୍ମୀସାଗର ଥାନା ପୋଲିସ ସ୍ଥାନୀୟ ଶନିମନ୍ଦିର ପାଖରେ ଛପି ରହିଥିଲା । ଅଧିକ ପଢନ୍ତୁ

100 kg ganja seized from bhubaneswar's laxmisagar, two arrested
ମୁଢି ବିକ୍ରି ବାହାନାରେ ଗଞ୍ଜେଇ ଚାଲାଣ, ମାଡିବସିଲା ପୋଲିସ

By

Published : Dec 21, 2021, 7:15 PM IST

ଭୁବନେଶ୍ବର: ମୁଢି ବିକିବା ବାହାନାରେ ଗଞ୍ଜେଇ ଚାଲାଣ ବେଳେ ଧରିନେଲା କମିଶନରେଟ୍‌ ପୋଲିସ । ପୂର୍ବରୁ ସୂଚନା ପାଇ ଲକ୍ଷ୍ମୀସାଗର ଥାନା ପୋଲିସ ସ୍ଥାନୀୟ ଶନିମନ୍ଦିର ପାଖରେ ଛପି ରହିଥିଲା । କିଛି ଲୋକେ ସନ୍ଦେହଜନକ ଭାବେ ବଡ ବ୍ୟାଗ୍‌ରେ କିଛି ଜିନିଷ ଆଣି ଆସୁଥିବା ପୋଲିସକୁ ସୂଚନା ମିଳିଥିଲା ।

ମୁଢି ବିକ୍ରି ବାହାନାରେ ଗଞ୍ଜେଇ ଚାଲାଣ, ମାଡିବସିଲା ପୋଲିସ

ରହସ୍ୟ ଜାଣିବା ପାଇଁ ପୋଲିସ ସେଠାରେ ସେମାନଙ୍କୁ ଅଟକାଇବା ପରେ ଅସଲା କଥା ସାମ୍ନାକୁ ଆସିଥିଲା । ସେମାନଙ୍କ ଠାରୁ ୧ କ୍ବିଣ୍ଟାଲରୁ ଅଧିକ ଓଜନର ଗଞ୍ଜେଇ ଜବତ ସହ ହିମାଂଶୁ ବଳିଆର ସିଂ ଓ ପରମେଶ୍ବର ପ୍ରଧାନ ନାମଙ୍କ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ୍‌ । ଉଭୟଙ୍କ ଘର କନ୍ଧମାଳ ଜିଲ୍ଲାରେ ବୋଲି ଜଣାପଡିଛି ।

ମୁଢି ବିକିବା ବାହାନା ଥିଲା ମାତ୍ର ଅସଲ ଲକ୍ଷ୍ୟ ଥିଲା ଗଞ୍ଜେଇକୁ ଠିକଣା ଯାଗାରେ ପହଞ୍ଚାଇବା । ତେବେ ଏହାପୂର୍ବରୁ ପୋଲିସ ଧରିନେବା ଫଳରେ ସବୁ ଫସର ଫାଟିଗଲା । ତେବେ ଏତେ ପରିମାଣର ଗଞ୍ଜେଇ ସହର ଭିତରକୁ ସେମାନେ କେଉଁଠାରୁ ଆଣୁଥିଲେ ଓ ଏଥିରେ ଆଉ କିଏ ସବୁ ସଂପୃକ୍ତ ଅଛନ୍ତି ପୋଲିସ ଅଧିକ ଖୋଳତାଡ୍‌ ଜାରି ରଖିଛି ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details