ଓଡିଶା

odisha

ETV Bharat / city

ହାରିବ କି ଯଶୋଦା ଜିତିବ କି ଦେବକୀ, ୧୦ ବର୍ଷର ଝିଅ କାହାର ଆଇନ ନେବ ନିଷ୍ପତ୍ତି - ମାଲିକାଣୀ ନିକଟରୁ ୧୦ ବର୍ଷର ଝିଅ ଉଦ୍ଧାର

ଭୁବନେଶ୍ବରରେ ଭଡା ପାଇଁ ୧୦ ବର୍ଷର ଶିଶୁକନ୍ୟା ବନ୍ଧା ପଡ଼ିଥିବା ମାମଲା । ଶିଶୁ ଉଦ୍ଧା ପରେ ମଞ୍ଚେଶ୍ବରରେ ସୃଷ୍ଟି ହେଲା ଟଣା ଓଟରା ପରିସ୍ଥିତି । ଝିଅ କାହାରା ତାହା ନିଷ୍ପତ୍ତି ନେବ ଆଇନ । ଅଧିକ ପଢନ୍ତୁ

ହାରିବ କି ଯଶୋଦା ଜିତିବକି ଦେବକୀ, ୧୦ ବର୍ଷର ଝିଅ କାହାର ଆଇନ ନେବ ନିଷ୍ପତ୍ତି
ହାରିବ କି ଯଶୋଦା ଜିତିବକି ଦେବକୀ, ୧୦ ବର୍ଷର ଝିଅ କାହାର ଆଇନ ନେବ ନିଷ୍ପତ୍ତି

By

Published : Jun 19, 2022, 8:17 PM IST

Updated : Jun 19, 2022, 9:40 PM IST

ଭୁବନେଶ୍ବର: ଭଡ଼ା ଟଙ୍କା ପାଇଁ ମାଲିକ ପାଖରେ ବନ୍ଧା ପଡ଼ିଥିଲା ୧୦ ବର୍ଷର ଝିଅ । ପୋଲିସ ଓ ଚାଇଲ୍ଡ ଲାଇନର ମିଳିତ ଉଦ୍ୟମରେ ଶେଷରେ ମାଲିକାଣୀଠୁ ଭଡ଼ାଟିଆର ଝିଅ ଉଦ୍ଧାର ହୋଇଛି । ମଞ୍ଚେଶ୍ବରରୁ ଏକ ବସ୍ତିରୁ ଉଦ୍ଧାର ହୋଇଛି ୧୦ବର୍ଷର କୁନି ଝିଅ । ମାତ୍ର ଉଦ୍ଧାର ପରେ ସୃଷ୍ଟି ହୋଇଛି ଟଣାଓଟରା ପରିସ୍ଥିତି । ପାଳିତା ମାଆ ଓ ଜନ୍ମକଲା ମାଆ ଝିଅକୁ ନେବା ପାଇଁ ଜିଦ ଧରିଥିବା ବେଳେ ଏ ନେଇ ଆଇନ ଅନୁଯାୟୀ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି ।

ହାରିବ କି ଯଶୋଦା ଜିତିବ କି ଦେବକୀ, ୧୦ ବର୍ଷର ଝିଅ କାହାର ଆଇନ ନେବ ନିଷ୍ପତ୍ତି

ଦୀର୍ଘ ତିନି‌ ଦିନ‌ ଧରି ତିନି ଥର ରେସ୍କ୍ୟୁ ଅପରେସନ ପରେ ଶେଷରେ ଝିଅଟିକୁ ଉଦ୍ଧାର କରାଯାଇଛି । ହେଲେ ଏବେ କୁନି ଝିଅ ଉଦ୍ଧାର‌ ପରେ ହେବ କାହାରଏନେଇ ଉପୁଜିଛି ଦ୍ବନ୍ଦ୍ବ । କାରଣ ଛୁଆଟିକୁ ଛାଡିବାକୁ ପାଳିତ ମା' ଟିନୁ ବିଶୋଇ ନାରାଜ । ସେପଟେ ଜନ୍ମକଲା ମା ମନ୍ଦୋଦରି ଝିଅକୁ ନେବା ପାଇ ଜିଦ୍ ଧରିଛନ୍ତି । ଏବେ ଛୁଆଟି ହେବ କାହାର ତାକୁ ନେଇ ଉଠିଛି ବଡ ପ୍ରଶ୍ନ । କାରଣ ୧୮ବର୍ଷ ପର୍ଯ୍ୟନ୍ତ ଛୁଆଟି ସରକାରଙ୍କର ।

କୌଣସି ଶିଶୁ ଅବହେଳିତ ହୋଇଥିଲେ ପ୍ରଥମେ ଶିଶୁ ଅଧିକାର ଆଇନ ଅନୁସାରେ ଛୁଆଟିର ସମ୍ପୂର୍ଣ୍ଣ ଦାୟିତ୍ବ ସରକାର ବହନ କରନ୍ତି । ଭୁବନେଶ୍ବରର ଏହି ୧୦ବର୍ଷର ଝିଅ ମାମଲାରେ ଏବେ ଶିଶୁ ଉଦ୍ଧାର ପରେ ସିଡବ୍ଲୁସି ବା ଚାଇଲ୍ଡ ୱେଲଫେୟାର କମିଟି ବିଚାର କରିବ ଛୁଆର ଲାଳନ ପାଳନ ଦାୟିତ୍ବ କାହାକୁ ଦିଆଯିବ । ଏବେ ଛୁଆଟିକୁ ଚାଇଲ୍ଡ ଲାଇନ ଅଧୀନରେ ରହିଥିବା ବେଳେ ସିଡବ୍ଲୁସି ନିକଟରେ କରାଯିବ ହାଜର ।

ପରେ ସେଠାରେ ବିଚାର‌ ହେବ ଛୁଆର ଦାୟିତ୍ବ କିଏ ନେବେ । ଉଭୟ ପକ୍ଷଙ୍କୁ ଡକାଯାଇ କାଉନସିଲ ଏହାର ନିଷ୍ପତ୍ତି ନେବେ । ସୂଚନା ଥାଉ କି ଗତ ୧୫ ତାରିଖରେ ଏନେଇ ଚାଇଲ୍ଡ ଲାଇନ ପାଖେ ପହଞ୍ଚିଥିଲା ଅଭିଯୋଗ । କେନ୍ଦ୍ରାପଡା ମାର୍ଶାଘାଇର ସନ୍ତୋଷ ପ୍ରଧାନ ଓ ମନ୍ଦୋଦରି ‌ପ୍ରଧାନ ତାଙ୍କ ଛୁଆକୁ ନେବା ଲାଗି ମଞ୍ଚେଶ୍ବରରେ ପହଞ୍ଚିଥିଲେ । ମାତ୍ର ଘର ମାଲିକାଣୀ ତାଙ୍କ ଛୁଆକୁ ରଖି ତାଙ୍କର ବୋଲି କହି ଛାଡୁନଥିବା ସେ ଅଭିଯୋଗ କରିଥିଲେ । ଏପରିକି ଛୁଆ ନେବା ପାଇଁ କହିଲେ ମାରିଦେବାର ଧମକ ଚମକ ଦେଉଥିବା ଅଭିଯୋଗ କରି ପୋଲିସ ଚାଇଲ୍ଡ ଲାଇନ ଓ ମିଡିଆ ସାମନାକୁ ଆସିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 19, 2022, 9:40 PM IST

ABOUT THE AUTHOR

...view details