ଭୁବନେଶ୍ବର: ସ୍ଥାନୀୟ ଆଞ୍ଚଳିକ ପ୍ରାକୃତିକ ସଂଗ୍ରହାଳୟ ଠାରେ ଓଡିଶା ପରିବେଶ କଂଗ୍ରେସର 10ମ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ପ୍ରକୃତି ଆଉ ମଣିଷ ସର୍ବଦା ଓତଃପ୍ରୋତ ଭାବେ ଜଡ଼ିତ । ମଣିଷ ବଞ୍ଚିବା ପାଇଁ ଯେପରି ଜଳ,ବାୟୁ ଆଦି ଉପାଦାନ ନିତାନ୍ତ ଆବଶ୍ୟକ, ସେହିପରି ପ୍ରକୃତି/ପରିବେଶ ପାଇଁ ମଧ୍ୟ ସେହିପରି ନିତାନ୍ତ ଆବଶ୍ୟକ।
ସାମ୍ପ୍ରତିକ ପରିସ୍ଥିତିରେ କୌଣସି ଗୋଟିଏ ଦେଶ କେବଳ ନିଜେ ସୁଖ ସ୍ବାଛନ୍ଦ ବଞ୍ଚିବା ପାଇଁ ଅନ୍ୟମାନଙ୍କ କଥା ଭୁଲି ଯିବା ଓ ପ୍ରକୃତିକୁ ନିଜ ଅନୁସାରେ ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ । ନିଜେ ବଞ୍ଚିବା ସହ ଅନ୍ୟମାନଙ୍କ ବଞ୍ଚିବା ପ୍ରତି ଦୃଷ୍ଟି ଦେବା ଏବଂ ଯେତିକି ପରିମାଣର ପରିବେଶର କ୍ଷତି ସାଧନ କରୁଛି । ତାହାର ଭରଣା କରିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ରାଜ୍ୟପାଳ କହିଛନ୍ତି ।