ଭୁବନେଶ୍ବର: ବର୍ତ୍ତମାନର କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତର ଦ୍ବାହି ଦେଇ ଗୋଟିଏ ପରେ ଗୋଟିଏ ରାଷ୍ଟ୍ରାୟାତ ଉଦ୍ୟୋଗକୁ ଘରୋଇକରଣ କରିବାର ପ୍ରୟାସ ଜାରି ରଖଛନ୍ତି । ଏହାକୁ କେବଳ କେନ୍ଦ୍ରୀୟ ଶ୍ରମିକ ସଂଗଠନ ନୁହେଁ ବରଂ ସାରା ଭାରତବାସୀ ବିରୋଧ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି କଂଗ୍ରେସର ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ । ଆଉ ଏହାକୁ ବିରୋଧ କରି ୧୦ଟି ଟ୍ରେଡ ୟୁନିଅନ ସଂସ୍ଥା ମିଳିତ ଭାବେ ଏହାକୁ ବିରୋଧ କରିଛନ୍ତି ।
କାରଣ ନାଲକୋ ଭାରତ ବର୍ଷର ଏକମାତ୍ର ବୃହତ ସାମୂହିକ ବକ୍ସାଇଟ୍, ଆଲୁମିନିୟମ ଓ ବିଦ୍ୟୁତ ଉତ୍ପାଦନର ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ । ଯାହାର ଆଲୁମିନାର ଗୁଣବତା ସାରା ବିଶ୍ବରେ ଅଦ୍ବିତୀୟ । ଯାହା ରାଜ୍ୟର ସୁରକ୍ଷା ଓ ସ୍ୱାର୍ଥ ଦିଗରେ କାର୍ଯ୍ୟକରିଥାଏ ।