ଓଡିଶା

odisha

ETV Bharat / city

ସସପେନ୍ସରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ - ରେଜଲ୍ଟ ପୂର୍ବରୁ ମୃତ୍ୟୁ

ରେଜଲ୍ଟ ଦେଖିବା ପୂର୍ବରୁ ମୃତ୍ୟୁ ଦେଖିଲେ ଛାତ୍ରୀ। ରେଜଲ୍ଟ ଅପେକ୍ଷା ମୃତ୍ୟୁକୁ ବାଛିନେଲେ ଛାତ୍ରୀ। ରେଜଲ୍ଟ ପୂର୍ବରୁ ଛାତ୍ରୀଙ୍କ ମୃତ୍ୟୁ ଖବର ପରିବାର ଲୋକଙ୍କୁ ଦେଇଛି ଶକ୍ତ ଧକ୍କା। ଅଧିକ ଖବର ପଢନ୍ତୁ...

ସସପେନ୍ସରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ
ସସପେନ୍ସରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

By

Published : Jul 29, 2020, 8:18 AM IST

ଭୁବନେଶ୍ବର: ରେଜଲ୍ଟ ଦେଖିବା ପୂର୍ବରୁ ମୃତ୍ୟୁକୁ ଦେଖିଲେ ଛାତ୍ରୀ। ରେଜଲ୍ଟ ନୁହେଁ ମୃତ୍ୟୁକୁ ବାଛିନେଲେ ଛାତ୍ରୀ। ଆଉ ଛାତ୍ରୀଙ୍କ ମୃତ୍ୟୁ ଖବର ପରିବାର ଲୋକଙ୍କୁ ଦେଇଛି ଶକ୍ତ ଧକ୍କା। କାରଣ ଝିଅ ଭଲ ପାଠ ପଢୁଥିଲା, ଭଲ ରେଜଲ୍ଟ ବି କରିଥାନ୍ତା। ହେଲେ ବିଧାତାର ନିୟତି କିଛି ଅଲଗା ହେଲା।

ସସପେନ୍ସରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

ରେଜଲ୍ଟ ପୁର୍ବରୁ ଘର ଅଗଣାରୁ ମିଳିଲା ଦଶମ ଶ୍ରେଣୀ ଛାତ୍ରୀ ସରସ୍ବତୀ ଜେନାଙ୍କ ମୃତଦେହ । ଯେକି ମମତାଜ ଅଲ୍ଲୀ ହାଇସ୍କୁଲରେ ପାଠ ପଢୁଥିଲେ। ତେବେ ତାଙ୍କର ମୃତ୍ୟୁ ପରେ ଏବେ ବଢୁଛି ସସପେନ୍ସ ।ଗୋଟିଏ ପଟେ ପରିବାର ଲୋକେ ତାଙ୍କୁ କିଏ ମାରି ଟାଙ୍ଗିଦେଇଥିବା ଅଭିଯୋଗ ଆଣିଥିବା ବେଳେ ଅନ୍ୟପଟେ ପୋଲିସ କହୁଛି ପ୍ରାଥମିକ ତଦନ୍ତ ଓ ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଏକ ଆତ୍ମହତ୍ୟା।

ପ୍ରକୃତରେ ଏହା ପଛରେ କଣ ସତ୍ୟତା । ଏହା ହତ୍ୟା ନା ଆତ୍ମହତ୍ୟା ? ଯଦି ହତ୍ୟା ତାହାଲେ କିଏ ଓ କାହିଁକି ହତ୍ୟା କରି ନାବାଳିକାକୁ ଘର ଆଗରେ ଟାଙ୍ଗିବ। ଯଦି ଆତ୍ମହତ୍ୟା ତା ହାଲେ କଣ ଏହାର କାରଣ ପାରିବାରିକ ଚାପ ନା ପରୀକ୍ଷା ଫଳର ଚାପ ?ଏଭଳି ଅନେକ ଦିଗ ଆଡକୁ ଟାଣି ନେଉଛି ଖଣ୍ଡଗିରି ଥାନା ଡୁମୁଡୁମା ନାବାଳିକା ମୃତ୍ୟୁ ମାମଲାର ମୋଡ। ତେବେ କେବଳ ପୋଷ୍ଟମର୍ଟମ ରିପୋର୍ଟ କହିବ ମୃତ ଛାତ୍ରୀଙ୍କ ମୃତ୍ୟୁର ରହସ୍ୟ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details