ଓଡିଶା

odisha

ETV Bharat / city

ଲକଡାଉନ ଉଲ୍ଲଂଘନକାରୀଙ୍କୁ ଗିରଫ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ରାଜ୍ୟରେ ଲକଡାଉନ ନିୟମକୁ ମାନୁନାହାନ୍ତି ୧୦ ପ୍ରତିଶତ ଲୋକ। । ଉଲ୍ଲଂଘନକାରୀଙ୍କୁ ଗିରଫ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ । ଅଧିକ ପଢନ୍ତୁ...

By

Published : Mar 30, 2020, 9:43 PM IST

10-percent-people-of-odisha-violate-lockdown
10-percent-people-of-odisha-violate-lockdown

ଭୁବନେଶ୍ବର: ରାଜ୍ୟରେ ୯୦ ପ୍ରତିଶତ ଲୋକ ଲକଡାଉନକୁ ପାଳନ କରୁଛନ୍ତି । କିନ୍ତୁ ୧୦ ପ୍ରତିଶତ ଲୋକ ଏହାକୁ ଅମାନ୍ୟ କରୁଛନ୍ତି । ଏପରିକି ନିୟମ ଭାଙ୍ଗି ବାହାରକୁ ଆସୁଛନ୍ତି । ସମାଜ ପାଇଁ ବିପଦ ଆଣିବାର ଭୟ ରହୁଛି ସେନେଇ ନିୟମ ଉଲ୍ଲଂଘନକାରୀଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ ।

ଲକଡାଉନ ଉଲଂଘନକାରୀଙ୍କୁ ଗିରଫ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ତେବେ ଲକଡାଉନକୁ କଣ୍ଟ୍ରୋଲ କରିବାକୁ ପ୍ରତି ଥାନାଠୁ ଆରମ୍ଭ କରି ୧୬୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ୧୦୦୦ରୁ ଉର୍ଦ୍ଧ ଗାଡି ନିୟୋଜିତ କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ ପଇଁତରା ମାରୁଛନ୍ତି । ଯେଉଁମାନେ ନିୟମ ନମାନୁଛନ୍ତି ତାଙ୍କ ବିରୋଧରେ କଡା କାର୍ଯାନୁଷ୍ଠାନ କରାଯାଉଛି କିନ୍ତୁ ଦୁର୍ବବ୍ୟହାର କରାଯାଉନାହିଁ । କିନ୍ତୁ ଅନେକ ଲୋକ ବିଭିନ୍ନ ବାହାନା କରି ଘରୁ ବାହାରୁଛନ୍ତି ଓ ଖରାପ ଆଚରଣ କରୁଛନ୍ତି । ଯାହାକୁ ନେଇ ବାକି ଲୋକଙ୍କୁ ସଂକ୍ରମଣ ଭୟ ରହୁଛି ।

ତେବେ ନିୟମ ଉଲ୍ଲଂଘନ ମାମଲାରେ ୬୧ଟି ହୋମ କ୍ବାରେଣ୍ଟାଇନ ଉଲ୍ଲଂଘନ ଓ ଲକଡାଉନ ଉଲ୍ଲଂଘନ କରିଛନ୍ତି । ୧୫୦୦ରୁ ଉର୍ଦ୍ଧ୍ବ କେସ କରାଯାଇଥିବା ବେଳେ ୧୪୦୦ ଲୋକ ଗିରଫ କରାଯାଇଛି । ପ୍ରତି ଥାନାର ପ୍ରତି ଜିଲ୍ଲାରେ ପୋଲିସ ଯୋଗାଯୋଗ ପାଇଁ ନମ୍ବର ରହିଛି ତା ସହିତ ୧୦୦ ବ୍ୟବସ୍ଥା ଡାଏଲ ମଧ୍ୟ ରହିଥିବା କହିଛନ୍ତି ଡ଼ିଜିପି ଅଭୟ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details