ଭୁବନେଶ୍ବର: ରାଜ୍ୟରେ ପୁଣି ଗଡ଼ିଲା ମୁଣ୍ଡ। କୋରୋନା ନେଲା ଆଉ 10 ଜୀବନ। ଯାହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା 286କୁ ବୃଦ୍ଧି ପାଇଛି ।
ରିପୋର୍ଟ ମୁତାବକ, ଗଞ୍ଜାମରେ 72 ବର୍ଷ ଓ 64 ବର୍ଷର ବୃଦ୍ଧ, 52 ବର୍ଷର ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ, ଖୋର୍ଦ୍ଧାରେ 80 ବର୍ଷର ବୃଦ୍ଧ, ଖୋର୍ଦ୍ଧାରେ 55 ବର୍ଷର ମହିଳାଙ୍କର ମୃତ୍ୟୁ ଘଟିଛି । ସେହିପରି ଖୋର୍ଦ୍ଧାରେ 26 ବର୍ଷର ଯୁବତୀ ମୃତ୍ୟୁ ବରଣ କରିଥିବା ବେଳେ, ବାଲେଶ୍ୱରରେ 58 ବର୍ଷର ବ୍ୟକ୍ତି, ପୁରୀର 56 ଓ ରାୟଗଡାର 47 ବର୍ଷର ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି।