ଭୁବନେଶ୍ୱର: ରାଜ୍ୟରେ ପୁଣି କୋରୋନା ନେଲା 10 ଜୀବନ । ଆଜକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 343କୁ ବୃଦ୍ଧି ପାଇଛି ।
ଭଦ୍ରକର 75 ବର୍ଷିୟ ପୁରୁଷ, ଭୁବନେଶ୍ୱରର 32 ବର୍ଷିୟ ମହିଳା, 55 ବର୍ଷିୟ ପୁରୁଷ, ବଲାଙ୍ଗୀର 62 ବର୍ଷର ପୁରୁଷ, କଟକର ଅଞ୍ଚଳର 60 ବର୍ଷର ପୁରୁଷ, ଗଞ୍ଜାମର 67 ଓ 55 ବର୍ଷିୟ ପୁରୁଷ, ଯାଜପୁର ଜିଲ୍ଲାର 60 ବର୍ଷର ପୁରୁଷ, କନ୍ଧମାଳର 59 ବର୍ଷର ପୁରୁଷ, ସୋନପୁର 45 ବର୍ଷର ପୁରୁଷ ମୃତ୍ୟୁବରଣ କରିଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।