ଭୁବନେଶ୍ୱର: କୋରୋନାରେ ରାଜ୍ୟରେ ପ୍ରତିଦିନ ଗଡୁଛି ମୁଣ୍ଡ । ଆଜି ପୁଣି 10 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 419ରେ ପହଞ୍ଚିଛି ।
କଟକର 65 ବର୍ଷର ପୁରୁଷ, ଗଞ୍ଜାମର 70 ବର୍ଷ, 60 ବର୍ଷ, 63 ବର୍ଷ, ଓ 60 ବର୍ଷର ପୁରୁଷ ଓ 68 ବର୍ଷର ମହିଳା, ନୟାଗଡର 65 ବର୍ଷର ପୁରୁଷ, ରାୟଗଡାର 55 ବର୍ଷର ପୁରୁଷ, ସୁନ୍ଦରଗଡର 65 ଓ 67 ବର୍ଷର ପୁରୁଷ କୋରୋନାରେ ପ୍ରାଣ ହରାଇଛନ୍ତି ।