ଭୁବନେଶ୍ବର: ରାଜ୍ୟରେ ପ୍ରାଥମିକ ପର୍ଯ୍ୟାୟରେ ଲୁହା ପଥର ଓ ମାଙ୍ଗାନିଜ ଖଣି ନିଲାମ କରିବେ ରାଜ୍ୟ ସରକାର। ଏନେଇ 10ଟି ଖଣି ନିଲାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଅନୁମୋଦନ କରିଛି । ଏହି ଅନୁମୋଦନ କ୍ରମେ ରାଜ୍ୟରେ ଲୁହାପଥର ଓ ମାଙ୍ଗାନିଜ ଖଣି ନିଲାମ କରାଯିବ।
ଅନୁମୋଦନ କ୍ରମେ ନୂଆଗାଁ ଲୁହାପଥର ଖଣି, ଠାକୁରମୁଣ୍ଡା ଲୁହାପଥର ଖଣି, ସିଲିଯୋରା-କାଳିମାଟି ଲୁହା ଓ ମାଙ୍ଗାନିଜ ବ୍ଲକ, କିଲିଂ-ଲାଙ୍ଗାଲୋଟା ଲୁହାପଥର ଖଣି, ଜରିବାହାଲ ଲୁହାପଥର ଖଣି, ରୋଇଡା ଖଣି, ଜୁରୁରୀ ଲୁହାପଥର ଖଣି, ନାରାୟଣପୋଷୀ ମାଙ୍ଗାନିଜ- ଲୁହାପଥର ଖଣି, ମହୁଲୁଖା ମାଙ୍ଗାନିଜ ଓ ଗଣୁଆ ଲୁହାପଥର ଖଣିରୁ ନିଲାମ ହେବ ଖଣିଜ ପଦାର୍ଥ।