ଭୁବନେଶ୍ବର: ଦିଲ୍ଲୀର ଉତ୍ତର ପୂର୍ବରେ ହୋଇଥିବା ହିଂସାରେ ବିଏସଏଫ 9 ବାଟାଲିୟନର କନେଷ୍ଟବଳ ମହମ୍ମଦ ଅନିଜଙ୍କ ପରିବାରକୁ ସହାୟତା ଘୋଷଣା । ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ 10 ଲକ୍ଷର ସହାୟତା ରାଶି ଘୋଷଣା କରିଛନ୍ତି ।
ଦିଲ୍ଲୀ ହିଂସା: କନେଷ୍ଟବଳ ମହମ୍ମଦଙ୍କ ପରିବାରକୁ ସହାୟତା ଘୋଷଣା - ପରିବାରକୁ 10 ଲକ୍ଷର ସହାୟତା ଘୋଷଣା
ଦିଲ୍ଲୀର ଉତ୍ତର ପୂର୍ବରେ ହୋଇଥିବା ହିଂସାରେ ବିଏସଏଫ 9 ବାଟାଲିୟନର କନେଷ୍ଟବଳ ମହମ୍ମଦ ଅନିଜଙ୍କ ପରିବାରକୁ 10 ଲକ୍ଷର ସହାୟତା ଘୋଷଣା । ଅଧିକ ପଢନ୍ତୁ...
ଦିଲ୍ଲୀ ଦଙ୍ଗାରେ ପ୍ରାଣ ହାରିଥିବା କନେଷ୍ଟବଳ ମହମ୍ମଦ ଅନିଜଙ୍କ ପରିବାରକୁ 10 ଲକ୍ଷର ସହାୟତା ଘୋଷଣା
ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ତାଙ୍କର ପରିବାର ପାଇଁ ଏହି ସହାୟତା ରାଶି ଦିଆଯିବା ନେଇ ଘୋଷଣା କରାଯାଇଛି । ସୂଚନାଯୋଗ୍ୟ, ଦିଲ୍ଲୀ ଅଶାନ୍ତିରେ ବିଏସଏଫ 9 ବାଟାଲିୟନର କନେଷ୍ଟବଳ ମହମ୍ମଦ ଅନିଜ୍ ମୃତ୍ୟୁବରଣ କରିଥିଲେ । ମୃତ କନେଷ୍ଟବଳ ମହମ୍ମଦ ଅନିଜ୍ ଓଡ଼ିଶାର ମାଓ ପ୍ରବଣ ମାଲକାନଗିରିରେ କାର୍ଯ୍ୟ କରିଥିଲେ ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ