ଓଡିଶା

odisha

By

Published : Feb 23, 2021, 10:56 PM IST

ETV Bharat / city

ଆଇଏସଓ ମାନ୍ୟତା ପାଇବ ରାଜ୍ୟର ୧୦ ଫାୟାର ଷ୍ଟେସନ, ଚାଲିଛି ପ୍ରସ୍ତୁତି

ଖୁବଶୀଘ୍ର ଆଇଏସଓ ମାନ୍ୟତା ତାଲିକାରେ ଆସିବ ଓଡିଶା ଫାୟାର ସର୍ଭିସର ନାମ । ଏନେଇ ଓଡିଶା ପୋଲିସ ପକ୍ଷରୁ ଚାଲିଛି ଜୋରଦାର ପ୍ରୟାସ । ଅଧିକ ପଢନ୍ତୁ...

ଆଇଏସଓ ମାନ୍ୟତା ପାଇବ ରାଜ୍ୟର ୧୦ ଫାୟାର ଷ୍ଟେସନ, ଚାଲିଛି ପ୍ରସ୍ତୁତି
ଆଇଏସଓ ମାନ୍ୟତା ପାଇବ ରାଜ୍ୟର ୧୦ ଫାୟାର ଷ୍ଟେସନ, ଚାଲିଛି ପ୍ରସ୍ତୁତି

ଭୁବନେଶ୍ବର: ଆନ୍ତର୍ଜାତୀୟ ସ୍ତରରେ ନାଁ କରିବ ଓଡ଼ିଶା ଫାୟାର ଷ୍ଟେସନ । ଖୁବଶୀଘ୍ର ଆଇଏସଓ ମାନ୍ୟତା ତାଲିକାରେ ଆସିବ ଓଡିଶା ଫାୟାର ସର୍ଭିସର ନାମ । ରାଜ୍ୟର ୧୦ଟି ଫାୟାର ଷ୍ଟେସନକୁ ଇଣ୍ଟରନାସନାଲ ଷ୍ଟାଣ୍ଡାର୍ଡ ଅରଗାନାଇଜେସନ ୯୦୦୨ ତାଲିକାରେ ମାନ୍ୟତା ମିଳିବ । ଯାହାକି ସର୍ବଭାରତୀୟ ସ୍ତରରେ ପ୍ରଥମ ଥର ପାଇଁ ଏଭଳି ମାନ୍ୟତା ପାଇବ । ଏନେଇ ଓଡିଶା ପୋଲିସ ପକ୍ଷରୁ ଚାଲିଛି ପ୍ରୟାସ ।

ଆଇଏସଓ ମାନ୍ୟତା ପାଇବ ରାଜ୍ୟର ୧୦ ଫାୟାର ଷ୍ଟେସନ, ଚାଲିଛି ପ୍ରସ୍ତୁତି
ଚଳିତ ବର୍ଷ ୪୦ କୋଟିର କିଣା ହେବ ଫାୟାର ସାମଗ୍ରୀ । ଏହା ଫାୟାର ସର୍ଭିସରେ ବୈପ୍ଳବିକ ପରିବର୍ତ୍ତନ ଆଣିବ । କାରଣ ଏ ବର୍ଷ କିଣାହେବ ଅତ୍ୟାଧୁନିକ ଫାୟାର ଇକ୍ୟୁପମେଣ୍ଟରେ ଯେପରିକି ପ୍ଲାଜାମା କଟର, ଇଣ୍ଟିଗ୍ରେଟେଡ଼ ଟାଓ୍ବାର ସହ ଆହୁରି ୨୦୦୦ ଫାୟାର ରେଜିଷ୍ଟ୍ରେସନ ସୁଟ । ଏଥିସହ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନର ୧ ହଜାର ସ୍ବେଚ୍ଛାସେବୀ କର୍ମୀଙ୍କୁ ତାଲିମ ଦେବା ପାଇଁ ଯୋଜନା ରହିଛି । ସିଭିଲ ଡିଫେନସକୁ ମଜବୁତ କରିବା ପାଇଁ ଏହି ତାଲିମ ସହାୟକ ହେବ । ସେହିପରି ମାର୍ଚ୍ଚ ମାସରୁ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ ଅର୍ଥାତ୍ ୧୧୨ ଏକକ ହେଲ୍ପ ଲାଇନ ନମ୍ବର ଆରମ୍ଭ ହେବ । ଏଥିରେ ଫାୟାର ସର୍ଭିସ ସହ ଆମ୍ବୁଲାନ୍ସ ପୋଲିସ ହେଲ୍ପଲାଇନ ଏକକ ଭାବେ କାମ କରିବ । ଏନେଇ ପ୍ରସ୍ତୁତି କରାଯାଉଛି । ଏହାବ୍ୟତୀତ ଲାଇଫ ଗାର୍ଡ ପାଇଁ କୋଣାର୍କରେ ଖୋଲୁଛି ପ୍ରଥମ ସର୍ବଭାରତୀୟ ଲାଇଫଗାର୍ଡ଼ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର । ଏନେଇ ଜାଗା ଅଧିଗ୍ରହଣ ଶେଷ ହୋଇଛି । ଏବେ ନାଭିର ଟ୍ରେନିଂ ଚାଲିଛି । ପରେ ଏହିଠାରେ ଉପକୂଳ ଜିଲ୍ଲାଗୁଡିକର ପିଲାମାନଙ୍କୁ ଲାଇଫଗାର୍ଡ ତାଲିମ ଦିଆଯିବ । ଆହୁରିମଧ୍ୟ, ବରମୁଣ୍ଡା ସ୍ଥିତ ଓଡିଶା ଅଗ୍ନିଶମ ସେବା ବିପତ୍ତି ନିସ୍ତାର ପ୍ରତିଷ୍ଠାନ ପରିସରରେ ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତିଙ୍କ ଦ୍ବାରା ବେସାମରିକ ପ୍ରତିରକ୍ଷା ତାଲିମ ଅନୁଷ୍ଠାନ ଉଦଘାଟିତ ହୋଇଛି । ୧ କୋଟି ୯୨ ଲକ୍ଷ ବ୍ୟୟରେ ଏହି ବିଲଡିଂ ନିର୍ମାଣ ହୋଇଛି । ସିଭିଲ ଡିଫେନସରେ ଯୋଗ ଦେଉଥିବା ସ୍ବେଚ୍ଛାସେବୀମାନଙ୍କୁ ଏହିଠାରେ ତାଲିମ ଦିଆଯିବ । ଏନେଇ ରାଜ୍ୟରେ ଖୋର୍ଦ୍ଧା, କୋରାପୁଟ, ସୂନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁରରେ ଥିବା ବେସାମରିକ ପ୍ରତିରକ୍ଷା ତାଲିମ କେନ୍ଦ୍ରରେ ପ୍ରାୟ ୧୧ ହଜାର ୫୨୭ଜଣ ତାଲିମ ପ୍ରାପ୍ତ ସ୍ବେଛାସେବୀ ପଞ୍ଜିକୃତ ଅଛନ୍ତି ।ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details