ଓଡିଶା

odisha

ETV Bharat / city

ବଢୁଛି ସଂକ୍ରମଣ; ରେଡ ଜୋନରେ ରାଜ୍ୟର 10 ଜିଲ୍ଲା

ରାଜ୍ୟରେ କୋରୋନା ଗ୍ରାଫ ପୁଣି ଥରେ ଉପରମୁହାଁ ହୋଇଛି । ଦୈନିକ ସଂକ୍ରମଣ 5 ହଜାର ମୁହାଁ ହୋଇଛି । ଆଜି ରାଜ୍ଯର 10 ଜିଲ୍ଲା ରେଡ ଜୋନକୁ ଚାଲିଯାଇଛି । ଅଧିକ ପଢନ୍ତୁ...

ବଢୁଛି ସଂକ୍ରମଣ; ରେଡ ଜୋନରେ ରାଜ୍ୟର 10 ଜିଲ୍ଲା
ବଢୁଛି ସଂକ୍ରମଣ; ରେଡ ଜୋନରେ ରାଜ୍ୟର 10 ଜିଲ୍ଲା

By

Published : Apr 20, 2021, 10:11 AM IST

ଭୁବନେଶ୍ବର: ଆଜି ରାଜ୍ୟରୁ ପାଖାପାଖି 5 ହଜାର ସଂକ୍ରମିତ ଚିହ୍ନଟ। 10 ଜିଲ୍ଲା ଏବେ ରେଡ ଜୋନରେ ରହିଛି । ୟେଲୋ ଜୋନରେ ରହିଛି 5 ଜିଲ୍ଲା । ରାଜ୍ୟରେ ସଂକ୍ରମଣ ମାମଲା ବଢିବାରେ ଲାଗିଛି । ଖୋର୍ଦ୍ଧା, କଟକ, ପୁରୀ, ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ବରଗଡ, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି ରେଡ ଜୋନରେ ରହିଛି । ସେହିପରି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ନବରଙ୍ଗପୁର ୟେଲୋ ଜୋନରେ ରହିଛି ।

ବଢୁଛି ସଂକ୍ରମଣ; ରେଡ ଜୋନରେ ରାଜ୍ୟର 10 ଜିଲ୍ଲା

ଆଜି ରାଜ୍ୟରେ ସର୍ବାଧିକ ସଂକ୍ରମଣ ଖୋର୍ଦ୍ଧାରୁ 820 ଚିହ୍ନଟ ହୋଇଥିବାବେଳେ ତା ପଛକୁ ସୁନ୍ଦରଗଡ ଜିଲ୍ଲାରେ 673 ସଂକ୍ରମିତ ହୋଇଛନ୍ତି । ଛତିଶଗଡ ସୀମାନ୍ତରେ କୋରୋନା ଲହରୀ ଭୟଙ୍କର ବ୍ୟାପିଥିବାରୁ ଓଡିଶା-ଛତିଶଗଡ ସୀମାନ୍ତ ଆଲର୍ଟରେ ରହିଛି ।

ସୂଚନାଯୋଗ୍ୟ, ଆଜି ରାଜ୍ୟରୁ 4761 ନୂତନ କୋରୋନା ସଂକ୍ରମିତ ଚିହ୍ନଟ ପରେ ମୋଟ ସଂକ୍ରମିତ ମାମଲା 3 ଲକ୍ଷ 77 ହଜାର 464ରେ ପହଞ୍ଚିଛି । ସକ୍ରିୟ ମାମଲା 27821 କୁ ବୃଦ୍ଧି ପାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details