ଓଡିଶା

odisha

ETV Bharat / city

ହାଡଭଙ୍ଗା ଜାଡରେ ଥରୁଛି ଓଡିଶା, ୧୦ ଡିଗ୍ରୀ ତଳେ 10 ସହର

ରାଜ୍ୟରେ ଧିରେ ଧିରେ ବୃଦ୍ଧି ପାଉଛି ଶୀତ ଲହରି । ଆଜି 10 ଡିଗ୍ରୀ ତଳକୁ ୧0 ଟି ସହର ରହିଛି । ଅଧିକ ପଢନ୍ତୁ...

By

Published : Feb 2, 2021, 2:21 PM IST

ହାଡଭଙ୍ଗା ଜାଡରେ ଥରୁଛି ଓଡିଶା
ହାଡଭଙ୍ଗା ଜାଡରେ ଥରୁଛି ଓଡିଶା

ଭୁବନେଶ୍ବର:ଖସୁଛି ପାରଦ ବଢୁଛି ଶୀତ । ରାଜ୍ୟରେ ଧିରେ ଧିରେ ବୃଦ୍ଧି ପାଉଛି ଶୀତ ଲହରି । ପ୍ରତ୍ୟେକ ଦିନ 10 ଡିଗ୍ରୀ ତଳେ 3ଟି ସହରର ତାପମାତ୍ରା ରହୁଥିବା ବେଳେ ଆଜି 10 ଡିଗ୍ରୀ ତଳକୁ ୧0 ଟି ସହର ରହିଛି । ଥଣ୍ଡାରେ ଥରୁଛନ୍ତି ଲୋକେ । ତେବେ ରିପୋର୍ଟ ଅନୁସାରେ 4 ଡିଗ୍ରୀ ସେଲସିୟସ ସହ କନ୍ଧମାଳ ଜିଲ୍ଲାର ଉଦୟଗିରି ଓ ଫୁଲବାଣୀ ପାଲଟିଛି ସବୁଠୁ ଥଣ୍ଡା ସହର ।

ରାଜ୍ୟ ପାଣିପାଗ ବିଭାଗର ସୂଚନା ମୁତାବକ, ଜି.ଉଦୟଗିରି ଓ ଫୁଲବାଣୀରେ 4.5 ଡ଼ିଗ୍ରୀ, ଝାରସୁଗୁଡା 8.2, ବଲାଙ୍ଗୀରରେ 7.8, କେନ୍ଦୁଝରରେ 8.2, ଅନୁଗୋଳରେ 9.6, ସୋନପୁର 9.5, ଦାରିଙ୍ଗବାଡି 7.6 , ଭବାନୀପାଟଣାରେ 8.5, ଓ ବାରିପଦାରେ 9.6 ଡିଗ୍ରୀ ରାତ୍ରିର ତାପମାତ୍ରା ରେକର୍ଡ କରାଯାଇଛି ।

ଏହା ସହିତ ଭୁବନେଶ୍ୱର ରେ ୧୩.୦ ଏବଂ କଟକ ରେ ୧୧.୮ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି । ଏପଟେ ଆହୁରି ୪ ରୁ ୫ ଦିନ ଯାଏଁ ରାଜ୍ୟରେ ଶୀତର ପ୍ରବାହ ଜାରି ରହିବ ବୋଲି ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details