ଓଡିଶା

odisha

ETV Bharat / city

ଘାଟିକିଆ ସନ୍ଦୀପ ହତ୍ୟାକାଣ୍ଡ: ୧୦ ଜଣଙ୍କୁ ଆଜୀବନ କାରାଦଣ୍ଡ - ସନ୍ଦିପ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ଘାଟିକିଆ ସନ୍ଦୀପ ନନ୍ଦ ହତ୍ୟାକାଣ୍ଡ ମାମଲା । ୭ ବର୍ଷ ପରେ ଘଟଣାର ତଦନ୍ତ କରି ରାୟ ଶୁଣାଇଲେ ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ଦୌରାଜଜ । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଶୋକ ବାଉତ ସହ ମୋଟ ୧୦ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରଦଣ୍ଡାଦେଶ ଶୁଣାଯାଇଛି ।

ଭୁବନେଶ୍ବର ADJ କୋର୍ଟ

By

Published : Oct 31, 2019, 7:05 PM IST

ଭୁବନେଶ୍ବର: ୨୦୧୨ ସନ୍ଦୀପ ନନ୍ଦ ହତ୍ୟାକାଣ୍ଡର ଗୁରୁତ୍ବପୁର୍ଣ୍ଣ ରାୟ । ୧୦ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଭୁବନେଶ୍ବର ଏଡିଜେ(୪)‌ ।

ଭୁବନେଶ୍ବର ADJ କୋର୍ଟ


୨୦୧୨ ମସିହାର ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସନ୍ଦୀପ ନନ୍ଦ ଓରଫ ବାପିକୁ ଗୋଡେଇ ଗୋଡେଇ ମାରିଥିଲେ 10 ଜଣ ନୃଶସ । ଖଣ୍ଡଗିରି ଥାନା ଘାଟିକିଆ ଦୁର୍ଗା ମଣ୍ଡପ ନିକଟରେ ଘଟିଥିଲା ଏହି ଲୋମହର୍ଷଣକାରୀ ଘଟଣା । ସେଦିନ ସନ୍ଦୀପ କଳିଙ୍ଗ ନଗର ଛକରୁ ଫେରୁଥିଲେ । ଏହି ସମୟରେ ତାଙ୍କୁ 10 ଜଣ ଗୋଡାଇ ଥିବାବେଳେ ସନ୍ଦୀପଙ୍କ ଗାଡିର ଚେନ ଛିଣ୍ଡିଯିବାରୁ ସେ ତଳେ ପଡିଯାଇଥିଲେ । ଏତିକିବେଳେ ମୁଖ୍ୟ ଅଭିଯୁକ୍ତ ଅଶୋକ ବାଉତ ଓ ତାର ସହଯୋଗୀ ମିଶି ଠେଙ୍ଗାରେ ପିଟିପିଟି ସନ୍ଦୀପଙ୍କୁ ହତ୍ୟା କରିଥିଲେ । ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର ବେଳେ ରାସ୍ତାରେ ସେ ପ୍ରାଣ ହରାଇଥିଲେ ।

ଏହି ଘଟଣାକୁ ଲକ୍ଷ୍ମୀସାଗର ଥାନା ଆଇଆଇସି ତଥା ତତ୍କାଳୀନ ଏସଆଇ ଦୟା ନାୟକ ତଦନ୍ତ କରି ୧୦ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରାଇଥିଲେ । ପରେ ୧୦ ଜଣଙ୍କ ନାଁରେ ୧୮ ଜଣ ସାକ୍ଷୀ ସହ ଚାର୍ଜସିଟ ଦାଖଲ କରାଇଥିଲେ । ହତ୍ୟାରେ ବ୍ୟବହୃତ ଠେଙ୍ଗା ସହ କାଠ ଜବତ ହୋଇ ପ୍ରମାଣ ଭାବେ କୋର୍ଟରେ ଦାଖଲ ହୋଇଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details