ଭୁବନେଶ୍ବର: ରାଜଧାନୀରେ ୧୫ ଲକ୍ଷ ପାର ଟୀକାକରଣ । ଭୁବନେଶ୍ୱରରେ ଆଜି ସୁଦ୍ଧା ୧୫ ଲକ୍ଷ ଡୋଜ ଟିକା ଦିଆସାରିଛି । ଜୁଲାଇ ଶେଷ ସୁଦ୍ଧା ଏଠାରେ ଟୀକାକରଣ ସମ୍ପୂର୍ଣ୍ଣ ଶେଷ ହେବ । ଗର୍ଭବତୀଙ୍କ ସ୍ୱତନ୍ତ୍ର ଟୀକାକରଣ ପାଇଁ ANMଙ୍କୁ ତାଲିମ ଦିଆଯାଉଛି । ୧୫ ତାରିଖ ସୁଦ୍ଧା ତାଲିମ ଶେଷ ହେବା ପରେ ଆରମ୍ଭ ହେବ ଗର୍ଭବତୀଙ୍କ ଟୀକାକରଣ କାର୍ଯ୍ୟ । ଏଥିପାଇଁ ଆବଶ୍ୟକ ବନ୍ଦୋବସ୍ତ କରାଯାଉଛି । ବିଏମସି କମିଶନର ସଞ୍ଜୟ ସିଂହ ଏନେଇ ସୂଚନା ଦେଇଛନ୍ତି ।
ବିଏମସି କମିଶନର କହିଛନ୍ତି ଯେ କୋଭିଡ ସଂକ୍ରମଣ ଏବେ ଯଦିଓ ନିୟନ୍ତ୍ରଣରେ ଅଛି, ତେବେ ସମ୍ପୂର୍ଣ୍ଣ ଶେଷ ହୋଇନାହିଁ । ଶୁକ୍ରବାର ପୁଣି ତାଲିକାର ଶୀର୍ଷରେ ଖୋର୍ଦ୍ଧା ଓ ଭୁବନେଶ୍ୱରରୁ ଅଧିକ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବା ଚିନ୍ତାର ବିଷୟ । ଏବେ ସମୟ କୋଭିଡ କଟକଣାକୁ ପାଳନ କରିବା ଓ ସତର୍କ ରହିବାର ବୋଲି ସେ କହିଛନ୍ତି ।