ଭୁବନେଶ୍ବର:ରାଜ୍ୟରେ ପହଞ୍ଚିଲା 1.5 ଲକ୍ଷ ଡୋଜ କୋଭାକ୍ସିନ ଟିକାର ପ୍ରଥମ କନସାଇନମେଣ୍ଟ । ମେ 3 ତାରିଖରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟର ଟୀକାକରଣ । 18ରୁ 44 ବର୍ଷ ବୟସ ବ୍ୟକ୍ତିଙ୍କୁ ଏହି ଟିକା ଦିଆଯିବ । କେବଳ ରାଜଧାନୀ ଭୁବନେଶ୍ବରରେ କୋଭାକ୍ସିନ ଟିକା ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏହାପୂର୍ବରୁ ମେ 1 ତାରିଖରେ ତୃତୀୟ ପର୍ଯ୍ୟାୟର ଟୀକାକରଣକୁ ନେଇ ଡ୍ରାଏ ରନ୍ କରାଯିବ ।
ରାଜ୍ୟରେ ଶନିବାର ଓ ରବିବାର ସଟଡାଉନ ଘୋଷଣା ହୋଇଥିବାରୁ 3 ତାରିଖ (ସୋମବାର) ଟୀକାକରଣ କରାଯିବ। ଟୀକାକରଣ କୋୱିନିରେ ପଞ୍ଜୀକରଣ କରିଥିବା ବ୍ୟକ୍ତି ବିଶେଷଙ୍କୁ ଟୋକନ ଦିଆଯିବ। ଏହି ଟୋକନ ଅନୁଯାୟୀ ଟୀକାକରଣ ହେବ। ଏହାକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।