ଓଡିଶା

odisha

ETV Bharat / city

ଉପରେ କାଠ ଭିତରେ ଗଞ୍ଜେଇ, ଦେଢ ଟନ ଜବତ କଲା ଡିଆରଆଇ - ନୟାଗଡ ଦଶପଲ୍ଲାର ତୁମୁଡିପଞ୍ଚାୟତ

ଅଭିନବ ଢଙ୍ଗରେ ଗଞ୍ଜେଇ ଚାଲାଣ । ଉପରେ କାଠ, ଭିତରେ ଗଞ୍ଜେଇ । ନୟାଗଡ ଦଶପଲ୍ଲାର ତୁମୁଡିପଞ୍ଚାୟତର ରଙ୍ଗମାଟିଆ ଗାଁ ନିକଟ ୫୭ ନମ୍ବର ଜାତୀୟ ରାଜପଥରୁ ଦେଢ କୋଟି ଟଙ୍କାର ଗଞ୍ଜେଇ ବୋଝେଇ ଟ୍ରକ ଜବତ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

aa
ଉପରେ କାଠ ଭିତରେ ଗଞ୍ଜେଇ, ଦେଢ ଟନ ଜବତ କଲା ଡିଆରଆଇ

By

Published : Feb 16, 2020, 1:48 AM IST

ଭୁବନେଶ୍ବର: କାଠ ବୋଝେଇ ଗାଡିରେ ଗଞ୍ଜେଇ ଚାଲାଣ । ଉପରେ କାଠ ବୋଝେଇ ହୋଇଥିବାବେଳେ ଭିତରେ ଗଞ୍ଜେଇ ବୋଝେଇ ହୋଇଛି । ଏମିତି ଢଙ୍ଗରେ ଗଞ୍ଜେଇ ଚାଲାଣ ବେଳେ ଫର୍ଦ୍ଦାଫାସ କରିଛି ଡିଆରଆଇ । ନୟାଗଡ ଦଶପଲ୍ଲାର ତୁମୁଡିପଞ୍ଚାୟତର ରଙ୍ଗମାଟିଆ ଗାଁ ନିକଟ ୫୭ ନମ୍ବର ଜାତୀୟ ରାଜପଥରୁ ଗଞ୍ଜେଇ ବୋଝେଇ ଟ୍ରକ ଜବତ ହୋଇଥିବା ଜଣାପଡିଛି ।

ଉପରେ କାଠ ଭିତରେ ଗଞ୍ଜେଇ, ଦେଢ ଟନ ଜବତ କଲା ଡିଆରଆଇ

ତେବେ ମୋଟ ୧୨୦୬ କେଜିର ଗଞ୍ଜେଇ ଜବତ ହୋଇଛି। ଯାହାର ଆନୁମାନିକ ମୁଲ୍ୟ ୧.୮୧ କୋଟି ଟଙ୍କା ହେବ ବୋଲି ଜଣାପଡିଛି । ରାୟଗଡାରୁ ଟ୍ରକରେ କାଠ ବୋଝେଇ ଗାଡିରେ ଗଞ୍ଜେଇ ଚାଲାଣର ହେଉଥିବାର ସୁରାକ ପାଇଥିଲା ଡିଆରଆଇ। ପରେ ଯାଞ୍ଚ ବେଳେ କାଠ ବୋଝେଇ ଗାଡି ସହ ଗଞ୍ଜେଇ ଜବତ ହୋଇଥିଲା । ୧୧୪୩୨ କେଜିର କାଠ ଜବତ କରାଯାଇଥିବାବେଳେ ତାହାର ଆନୁମାନିକ ମୂଲ୍ୟ ୫୧୪୪୮ ଟଙ୍କା ।

ଏଥି ସହ ଏନଡିପିଏସ ଆକ୍ଟରେ ତଦନ୍ତ ଚଳାଇଛି । ତେବେ ଏସବୁ ଗଞ୍ଜେଇ କଟକ ଆସୁଥିବାବେଳେ କଟକର କେଉଁ ବେପାରୀ ଏହାର ସପ୍ଲାୟ କରୁଥିଲା ତାର ଯାଞ୍ଚ ଆରମ୍ଭ କରିଛି ଡିଆରଆଇ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details