ଓଡିଶା

odisha

ETV Bharat / city

ପାଣି ଟାଙ୍କିରୁ ଡେଇଁ ଯୁବକଙ୍କ ଆତ୍ମହତ୍ଯା ଉଦ୍ୟମ - ବାସୁଦେବପୁର ବ୍ଲକ ବାଲିମେଦ ପଞ୍ଚାୟତ

ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବାଲିମେଦ ପଞ୍ଚାୟତ କାଳିଦାସପୁର ଗାଁର ଜଣେ ଯୁବକ 120 ଫୁଟ ଉଚ୍ଚ ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛି । ଯୁବକ ଜଣକ ବାଲେଶ୍ବର ଜିଲ୍ଲା ଅନନ୍ତପୁର କାନଥିବାଡ଼ିଆ ଗାଁର ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ପାଣି ଟାଙ୍କିରୁ ଡେଇଁ ଯୁବକଙ୍କ ଆତ୍ମହତ୍ଯା ଉଦ୍ୟମ
ପାଣି ଟାଙ୍କିରୁ ଡେଇଁ ଯୁବକଙ୍କ ଆତ୍ମହତ୍ଯା ଉଦ୍ୟମ

By

Published : Jun 1, 2020, 3:56 PM IST

ଭଦ୍ରକ: 120 ଫୁଟ ଉଚ୍ଚ ପାଣି ଟାଙ୍କି ଉପରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଏଦୃଶ୍ୟ ହେଉଛି ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବାଲିମେଦ ପଞ୍ଚାୟତ କାଳିଦାସପୁର ଗାଁର । ଯୁବକ ଜଣକ 120 ଫୁଟ ଉଚ୍ଚତା ପାଣି ଟାଙ୍କି ଉପରେ ଚଢ଼ି ତଳକୁ ଡେଇଁବାକୁ ଉଦ୍ୟମ କରିଥିଲେ । ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଦେଖି ଯୁବକକୁ ଡେଇଁବାକୁ ବାରଣ କରୁଥିଲେ। ହେଲେ ଦୀର୍ଘ ସମୟ ଧରି ଯୁବକ ଜଣକ କାହାରି କଥା ନଶୁଣି ସେମିତି ପାଣି ଟାଙ୍କି ଉପରେ ଛିଡାହୋଇ ରହିଥିଲା। ପାଖକୁ କେହି ଆସିଲେ ତଳକୁ ଡେଇଁ ପଡିବାର ଧମକ ଦେଉଥିଲା ସେ ।

ପାଣି ଟାଙ୍କିରୁ ଡେଇଁ ଯୁବକଙ୍କ ଆତ୍ମହତ୍ଯା ଉଦ୍ୟମ

ଖବର ପାଇ ବାସୁଦେବପୁର ଅଗ୍ନିଶମ ବିଭାଗ ଓ ନାୟକାଣୀଡିହି ପୋଲିସ ପହଞ୍ଚି ସମ୍ପୃକ୍ତ ଯୁବକକୁ ବୁଝାସୁଝା କରିଥିଲେ। ଶେଷରେ ଦୀର୍ଘ ସମୟ ପରେ ଅଗ୍ନିଶମ କର୍ମଚାରୀମାନେ ଯୁବକକୁ କାବୁ କରିବାରେ ସଫଳ ହୋଇଥିଲେ । ଯୁବକ ଜଣକ ବାଲେଶ୍ବର ଜିଲ୍ଲା ଅନନ୍ତପୁର କାନଥିବାଡ଼ିଆ ଗାଁର ବୋଲି ଜଣାପଡିଛି ।

ଯୁବକ ଜଣକ ଦୀର୍ଘଦିନ ଧରି ବାସୁଦେବପୁର ବ୍ଲକ କାଳିଦାସପୁରରେ ରହିଆସୁଥିବା ବେଳେ ସେହି ଗାଁର ରମେଶ ମାଝୀଙ୍କ ଟ୍ରାକ୍ଟର ଚଲାଉଥିଲେ। ତେବେ କୌଣସି କାରଣରୁ ତାଙ୍କର ଓ ଟ୍ରାକ୍ଟର ମାଲିକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏହି ବିବାଦକୁ କେନ୍ଦ୍ରକରି ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି। ଶେଷରେ ଅଗ୍ନିଶମ ବିଭାଗର କର୍ମଚାରୀ ଯୁହବକଙ୍କୁ ଉଦ୍ଧାର କରି ତାଙ୍କ ଘରେ ଛାଡିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details