ଭଦ୍ରକ: ଜିଲ୍ଲାରେ ଗସ୍ତରେ ଆସି ବିଭିନ୍ନ ଜନ ହିତକର କାର୍ଯ୍ୟର ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ତଥା ରାଷ୍ଟ୍ର ପାହ୍ୟାର କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଭୁବନେଶ୍ଵରରୁ ମୟୂରଭଞ୍ଜ ଗସ୍ତ କରିଛନ୍ତି । ଆଉ ଏହି ଗସ୍ତ ସମୟରେ ଭଦ୍ରକ ବିଜେପି ପକ୍ଷରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।
ସଂସଦୀୟ କ୍ଷେତ୍ର ଗସ୍ତ କରି ବିଭିନ୍ନ ଯୋଜନାର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଏହି ଅବସରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ କେନ୍ଦ୍ରମନ୍ତ୍ରୀ । କହିଛନ୍ତି କି କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ଜଳ ଯୋଗାଣ ନେଇ ତ୍ଵରିତ ପଦକ୍ଷେପ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାର 3 ହଜାରରୁ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଓଡିଶାକୁ ଅଦ୍ୟାବଧି ପ୍ରଦାନ କରିସାରିଛନ୍ତି । ତେବେ ରାଷ୍ଟ୍ରର ସଙ୍ଘୀୟ ବ୍ୟବସ୍ଥାରେ ଏନେଇ ଓଡିଶା ସରକାରଙ୍କ ସଠିକ ସହଯୋଗର ଅଭାବ ଯୋଗୁଁ ଏହି ଜଳ ଯୋଗାଣ ବ୍ୟବସ୍ଥାରେ ଅଗ୍ରଗତି ହୋଇପାରିନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ସେପଟେ ରାଜ୍ୟରେ ଜଳ ଯୋଗାଣ ନେଇ ଥିବା ପୁରାତନ ବ୍ୟବସ୍ଥା ଗୁଡିକର ପୁନରୁଦ୍ଧାର ସହ ଆବଶ୍ୟକତାକୁ ପୂରଣ କରିବା ପାଇଁ ନୂତନ ଜଳ ଯୋଗାଣ ବ୍ୟବସ୍ଥା ନେଇ ତ୍ବରିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ଏଥିସହ ଖଣି ଖାଦାନ ଭରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ନୀତି ନିର୍ଦ୍ଧାରଣ ମୁତାବକ ବ୍ୟବସ୍ଥାର ବିକେନ୍ଦ୍ରୀକରଣ ହୋଇପାରିଲେ, ସେମାନଙ୍କର ମୌଳିକ ସମସ୍ୟା ଗୁଡିକ ସମାଧାନ ହୋଇ ପାରିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।
ତେବେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକର କାର୍ଯ୍ୟକୁ ଆଧାର କରି ବିଜେପି ବିପୁଳ ବିଜୟ ଲାଭ କରିବ ବୋଲି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ