ଭଦ୍ରକ: ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ 16 ନମ୍ବର ଜାତୀୟ ରାଜପଥ ରାଣୀତାଲ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଛି ।
ଏକ ବାଇକରେ ତିନି ଜଣ ବ୍ୟକ୍ତି ଅଡା ଜିଁକିରିଆରୁ ରାଜମିସ୍ତ୍ରୀ କାମ ସାରି ନିଜ ଘର ପୁରୁଣା ବଜାରକୁ ଫେରୁଥିଲେ । ସେହି ସମୟରେ ରାଣୀତାଲ ଛକ ନିକଟରେ ଏକ ଦ୍ରୁତଗାମୀ ଟ୍ରକ ବାଇକ୍କୁ ଧକ୍କା ଦେଇଥିଲା । ଫଳରେ ଗାଡ଼ି ଚାଳକ ଶେଖ୍ ମଇଉଦ୍ଦିନ ଓ ଅନ୍ୟ ଜଣେ ଛିଟିକି ପଡିଥିବା ବେଳେ ଅନ୍ୟ ଜଣଙ୍କ ଉପରେ ଟ୍ରକ ମାଡ଼ି ଯାଇଥିଲା ।