ଓଡିଶା

odisha

ETV Bharat / city

ଆନ୍ଦୋଳନକାରୀଙ୍କୁ ପର୍ଯ୍ୟଟନ ମନ୍ତ୍ରୀଙ୍କ ପ୍ରତିଶୃତି - ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ

ରାଣିତାଲରେ ଏକ ପୋଲ ନିର୍ମାଣ ନେଇ ଆନ୍ଦୋଳନକାରୀଙ୍କୁ ପ୍ରତିଶୃତି ଦେଲେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ଅଧିକ ପଢନ୍ତୁ...

ଆନ୍ଦୋଳନକାରୀଙ୍କୁ ପର୍ଯ୍ୟଟନ ମନ୍ତ୍ରୀଙ୍କ ପ୍ରତିଶୃତି
ଆନ୍ଦୋଳନକାରୀଙ୍କୁ ପର୍ଯ୍ୟଟନ ମନ୍ତ୍ରୀଙ୍କ ପ୍ରତିଶୃତି

By

Published : Jan 11, 2020, 4:31 AM IST

ଭଦ୍ରକ: ପରିବହ ମନ୍ତ୍ରୀଙ୍କ ପରେ ଆନ୍ଦୋଳନକାରୀଙ୍କ ନିକଟରେ ପହଞ୍ଚିଲେ ପର୍ଯଟନମନ୍ତ୍ରୀ । ରାଣିତାଲରେ ଏକ ପୋଲ ନିର୍ମାଣ ନେଇ ଆନ୍ଦୋଳନକାରୀଙ୍କୁ ପ୍ରତିଶୃତି ଦେଲେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ।

ଆନ୍ଦୋଳନକାରୀଙ୍କୁ ପର୍ଯ୍ୟଟନ ମନ୍ତ୍ରୀଙ୍କ ପ୍ରତିଶୃତି

ରାଣୀତାଲରେ ପୋଲ ନିର୍ମାଣ ଦାବୀ ନେଇ ଡିସେମ୍ବର ୨୪ ତାରିଖରୁ ରାଣୀତାଲ ବିକାଶ ମଞ୍ଚ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଥିଲା । ୧୬ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାମକୁ ସେଠାରେ ମଧ୍ୟ ଆନ୍ଦୋଳନକାରୀ ବନ୍ଦ ରଖିଛନ୍ତି । ହେଲେ ଜିଲ୍ଲାପ୍ରଶାସନ କି ଜାତୀୟ ରାଜପଥ କର୍ତ୍ତୁପକ୍ଷ କେହି ବି ଆଲୋଚନାକୁ ଆସୁନଥିବା ଅଭିଯୋଗ ହୋଇଛି ।ଯାହାକୁ ନେଇ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ନିଷ୍ପତି ନେଇଥିଲେ ଆନ୍ଦୋଳନକାରୀ ।

ଏନେଇ ଖବର ପାଇ ସ୍ଥାନୀୟ ସିମୁଳିଆ ବିଧାୟକ ତଥା ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ଯଥାଶୀଘ୍ର ଏ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details