ଭଦ୍ରକ: ବିଳମ୍ବରେ ହେଲେ ମଧ୍ୟ ପ୍ରାଥମିକ ଶିକ୍ଷକମାନଙ୍କ ଦାବୀ ପୂରଣ କଲେ ରାଜ୍ୟ ସରକାର । ଶିକ୍ଷକ ମାନଙ୍କ ପଦୋନ୍ନତି ନେଇ ଥିବା ସମୟ ସୀମାକୁ ହ୍ରାସ କରିଛନ୍ତି । ଯାହାକୁ ନେଇ ପ୍ରାଥମିକ ଶିକ୍ଷକମାନଙ୍କ ପକ୍ଷରୁ ସ୍ବାଗତ କରାଯିବା ସହ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହାଦ୍ବାରା ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ସଫଳତା ହାସଲ କରାଯାଇ ପାରିବ ବୋଲି ଭଦ୍ରକ ଜିଲ୍ଲା ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି ।
ଦାବି ପୂରଣ କଲେ ସରକାର, ଖୁସି ବ୍ୟକ୍ତି କଲେ ପ୍ରାଥମିକ ଶିକ୍ଷକ - Primary teachers federation
ରାଜ୍ୟରେ ପ୍ରାଥମିକ ଶିକ୍ଷକମାନଙ୍କ ଦୀର୍ଘ ଦିନର ଦାବିକୁ ପୂରଣ କରିଛନ୍ତି ରାଜ୍ୟ ସରକାର । ରେସିଡ଼େନ୍ସି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ଉଚ୍ଛେଦ କରିବା ପାଇଁ ପ୍ରାଥମିକ ଶିକ୍ଷକମାନଙ୍କ ତରଫରୁ ସରକାରଙ୍କୁ ଦାବି । ଅଧିକ ପଢନ୍ତୁ...
ପ୍ରାଥମିକ ଶିକ୍ଷକମାନଙ୍କ ଦାବି ପୂରଣ କଲେ ରାଜ୍ୟ ସରକାର
ସୂଚନାନୁଯାୟୀ ରେସିଡ଼େନ୍ସି ଶିକ୍ଷକ ମାନଙ୍କୁ ଦୁଇ ବର୍ଷ ବଦଳରେ ଏକ ବର୍ଷ ଓ ଏକ ବର୍ଷ ବଦଳରେ ଛଅ ମାସ ମଧ୍ୟରେ ପଦୋନ୍ନତି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଯାହା ଫଳରେ କି ରାଜ୍ୟରେ ପାଖାପାଖି 64000 ତଥା ଭଦ୍ରକ ଜିଲ୍ଲାରେ ପାଖାପାଖି 3000 ଶିକ୍ଷକ ଉପକୃତ ହେବେ ବୋଲି ଜଣାପଡିଛି । ତେବେ ଏହି ରେସିଡ଼େନ୍ସି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ଉଚ୍ଛେଦ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରାଥମିକ ଶିକ୍ଷକମାନଙ୍କ ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ