ଭଦ୍ରକ:କୋରୋନା ଯୋଦ୍ଧା ଘୋଷଣା ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଙ୍ଘ । ଏନେଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଡ୍ରାଇଭର ମହାସଂଘ ପକ୍ଷରୁ ଦିଗଛିଆ ବଜାରରୁ ଏକ ପଦଯାତ୍ରାରେ ବାହାରି ଚାନ୍ଦବାଲି ସହରରେ ପହଁଞ୍ଚି ତହସିଲଦାର, ବିଡ଼ିଓ ଏବଂ ଚାନ୍ଦବାଲି ଥାନାଧିକାରୀଙ୍କୁ ଭେଟି ଚାନ୍ଦବାଲିର ସମସ୍ତ ଡ୍ରାଇଭର ମାନଙ୍କୁ କୋଭିଡ ଯୋଦ୍ଧା ସହ ଅଫ ଲାଇନରେ ସ୍ବତନ୍ତ୍ର ଭାବେ କୋରୋନା ଟିକା ପ୍ରଦାନ କରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ସେପଟେ କୋରୋନା ମହାମାରୀ ସମୟରେ ଡ୍ରାଇଭର ମାନେ କୋଭିଡ ମେଡ଼ିସିନ ଠାରୁ ଆରମ୍ଭ କରି ରୋଗୀ ସେବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ସହଯୋଗ କରି ଆସିଥିଲେ ମଧ୍ୟ ସରକାର ସେମାନଙ୍କୁ ଅଣଦେଖା କରିବା ସହ ସେମାନଙ୍କୁ କୋରୋନା ଯୋଦ୍ଧାରେ ସାମିଲ କରି ନାହାଁନ୍ତି ।