ଭଦ୍ରକ: ୟସର ମୁକାବିଲା ପାଇଁ ଭଦ୍ରକ ଜିଲ୍ଲାରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍ । ବାତ୍ୟା ୟସ ପରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ଏହି ଟିମ୍ । ଧାମରା ପୋର୍ଟ ସ୍ଥିତ ହେଲିପ୍ୟାଡ଼ରେ ଅବତରଣ କରିବା ପରେ ଏହି ଟିମ୍ ଭଦ୍ରକ ଜିଲ୍ଲାର ଚାନ୍ଦବାଲି, ଧାମରା, ବାସୁଦେବପୁର ଅଞ୍ଚଳକୁ ପରିଦର୍ଶନ କରିଛନ୍ତି ।
ପରେ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଧାମରା ଅଞ୍ଚଳର ବାତ୍ୟା ପ୍ରଭାବିତ ଅଞ୍ଚଳରେ ଥିବା ପୀଡିତଙ୍କ ସହ ଏହି ଟିମ୍ ଆଲୋଚନା କରିବା ନେଇ କାର୍ଯ୍ଯକ୍ରମ ଥିବା ସୂଚନା ମିଳିଛି । ଯାହାକି ଦୋସିଙ୍ଗା, ଜାଗୁଳା ଓ ଧାମରା ଗ୍ରାମ ପଞ୍ଚାୟତ ସହ ପାଇକସାହି, ବଳଭଦ୍ର ପ୍ରସାଦ, ଝାରକଟି ଆଦି ଗ୍ରାମକୁ ଯାଇ ବାତ୍ୟା ପୀଡିତଙ୍କୁ ଭେଟିବେ ଏହି କେନ୍ଦ୍ରୀୟ ଟିମ୍ ।