ଭଦ୍ରକ: ଆବାସ ଯୋଜନାରେ ସହାୟତା ଦେବାକୁ ନିଆଯାଉଛି ଲାଞ୍ଚ। ଭଦ୍ରକ ବ୍ଲକ ଗୋରାମାଟି ପଞ୍ଚାୟତରେ ଆବାସ ଯୋଜନା ପାଇଁ ଲାଞ୍ଚ ଟଙ୍କା ନେଉଥିବାର ଅଡିଓ ଭାଇରାଲ ହେଉଛି । ସୂଚନାନୁଯାୟୀ ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧିନସ୍ଥ ଗୋରାମାଟି ପଞ୍ଚାୟତରର ଜଣେ ହିତାଧିକାରୀ ଆବାସ ଯୋଜନାରେ ଘର ପାଇଥିଲେ । ତେବେ ପ୍ରଥମରେ କିସ୍ତି 20,000 ଟଙ୍କା ଉଠାଣ ବେଳେ ସରପଞ୍ଚଙ୍କ ସହଯୋଗୀଙ୍କୁ ଲାଞ୍ଚ ବାବଦରେ 2000 ଟଙ୍କା ଦେଇଥିଲେ ।
ଆବାସ ଯୋଜନା ସହାୟତା ପାଇଁ ଲାଞ୍ଚ ନେଉଥିବା ଅଡିଓ ଭାଇରାଲ - The audio of the bribe goes viral
ଭାଇରାଲ ହେଉଛି ଲାଞ୍ଚ ନେଉଥିବାର ଅଡିଓ । ଆବାସ ଯୋଜନାରେ ସହାୟତା ଦେବାକୁ ଲାଞ୍ଚ ନେଉଛନ୍ତି ସରପଞ୍ଚଙ୍କ ସହଯୋଗୀ । ଅଧିକ ପଢନ୍ତୁ...
ଆବାସ ଯୋଜନା ସହାୟତା ପାଇଁ ଲାଞ୍ଚ ନେଉଥିବାର ଅଡିଓ ଭାଇରାଲ
ପରେ ପରବର୍ତ୍ତୀ ସମୟରେ ଅଧିକ ଟଙ୍କା ଉଠାଣ ନେଇ ସରପଞ୍ଚଙ୍କ ସହଯୋଗୀ ଓ ହିତାଧିକାରୀଙ୍କ ପୁଅ ମଧ୍ୟରେ ହୋଇଥିବା କଥାବାର୍ତ୍ତା ସମ୍ପ୍ରତି ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ଏନେଇ ସରପଞ୍ଚଙ୍କ ସହଯୋଗୀ କିମ୍ବା ସମ୍ପୃକ୍ତ ସରପଞ୍ଚଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ