ଓଡିଶା

odisha

By

Published : Nov 7, 2021, 2:01 PM IST

ETV Bharat / city

ସିଂହବାହିନୀ ବେଶରେ ଝଟକିଲେ ମା' ଭଦ୍ରକାଳୀ

ଭକ୍ତଙ୍କୁ ସପ୍ତମାତୃକା ବେଶରେ ଦର୍ଶନ ଦେଇଥାନ୍ତି ମା' ଭଦ୍ରକାଳୀ । ବିଶ୍ଵମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ମା' ଭଦ୍ରକାଳୀ । ଜଗତ କଲ୍ୟାଣ ପାଇଁ କାଳୀପୂଜା ଠାରୁ ସାତଦିନ ଧରି ମା'ଙ୍କୁ ବିଭିନ୍ନ ବେଶରେ ପୂଜା କରାଯାଏ ।

ସିଂହବାହିନୀ ବେଶରେ ଝଟକିଲେ ମା' ଭଦ୍ରକାଳୀ
ସିଂହବାହିନୀ ବେଶରେ ଝଟକିଲେ ମା' ଭଦ୍ରକାଳୀ

ଭଦ୍ରକ: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଦେବୀ ମା' ଭଦ୍ରକାଳୀ । ଭକ୍ତଙ୍କୁ ସପ୍ତମାତୃକା ବେଶରେ ଦର୍ଶନ ଦେଇଥାନ୍ତି ମା' । ବିଶ୍ଵମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ମା' ଭଦ୍ରକାଳୀ । ଜଗତ କଲ୍ୟାଣ ପାଇଁ କାଳୀପୂଜା ଠାରୁ ସାତଦିନ ଧରି ମା'ଙ୍କୁ ବିଭିନ୍ନ ବେଶରେ ପୂଜା କରାଯାଏ । ଆଜି ମା' ସିଂହବାହିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।

ସିଂହବାହିନୀ ବେଶରେ ଝଟକିଲେ ମା' ଭଦ୍ରକାଳୀ

ପୂଜାର ସାତ ଦିନ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ବେଶରେ ମା' ଦର୍ଶନ ଦିଅନ୍ତି । ଆଜି ଚତୁର୍ଥ ଦିନରେ (ରବିବାର) ମା' ସିଂହବାହିନୀ ବେଶରେ ପୂଜା ପାଉଛନ୍ତି । ଏହି ଅବସରରେ ମା'ଙ୍କ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ଚଣ୍ଡୀପାଠ ଅନୁଷ୍ଠିତ ହୋଇଛି । କୋରୋନା କଟକଣା ଯୋଗୁଁ ଏଥର ମା'ଙ୍କ ପୂଜା ଫିକା ପଡିଛି । ହେଲେ ପରମ୍ପରା ବଜାୟ ରହିଛି । ବିଧି ଅନୁଯାୟୀ ମା'ଙ୍କ ପୂଜା ଅନୁଷ୍ଠିତ ହେଉଛି । ମା' ତାଙ୍କ ବାହନ ସିଂହ ଉପରେ ନାଲିପାଟ ବସ୍ତ୍ର ପରିଧାନ କରି ସ୍ବର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।

ସେହିପରି ଚାରି ହସ୍ତରେ ଖଡ୍ଗ, ତ୍ରିଶୂଳ, ଶଙ୍ଖ, ଚକ୍ର ଧାରଣ କରି ଚତୁର୍ଦ୍ଧାମୂର୍ତ୍ତିରେ ପ୍ରକଟ ହୋଇଛନ୍ତି ମା' ଭଦ୍ରକାଳୀ। କିମ୍ବଦନ୍ତୀ ଅନୁଯାୟୀ ମା'ଙ୍କ ଏହି ସିଂହବାହିନୀ ବେଶକୁ ଦର୍ଶନ କଲେ ଗ୍ରହଦଶା, ରିଷ୍ଟ ଖଣ୍ଡନ ତଥା ସମସ୍ତ ବିପଦ ଦୂର ହୋଇଥାଏ । କୋରୋନା କଟକଣା ଯୋଗୁଁ ଚଳିତ ବର୍ଷ ଭକ୍ତ ମା'ଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ସପ୍ତମାତୃକା ବେଶର ପଞ୍ଚମ ଦିନରେ ମା' ଜଗଦ୍ଧାତ୍ରୀ ବେଶରେ ପୂଜା ପାଇବେ । ଏହାପରେ ଷଷ୍ଠ ଦିବସରେ ମା' ସରସ୍ଵତୀ ଏବଂ ଶେଷରେ ମା' ମହାଲକ୍ଷ୍ମୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ ଭଦ୍ରକାଳୀ ।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ABOUT THE AUTHOR

...view details