ଓଡିଶା

odisha

ETV Bharat / city

କାଳ ସାଜିଲା କୋରୋନା, ଦୁର୍ଦ୍ଦିନରେ ମୂର୍ତ୍ତି କାରିଗର - sculptor have trouble

କୋରୋନା ସାଜିଛି କାଳ । ଗଣେଷ ମୂର୍ତ୍ତି ବ୍ୟବସାୟ ଠପ୍‌ । ଦୁର୍ଦ୍ଦିନରେ ମୂର୍ତ୍ତି କାରିଗର । ଅଧିକ ପଢନ୍ତୁ...

କୋରୋନା ସାଜିଲା କାଳ; ଦୁର୍ଦ୍ଦିନରେ ମୂର୍ତ୍ତି କାରିଗର
କୋରୋନା ସାଜିଲା କାଳ; ଦୁର୍ଦ୍ଦିନରେ ମୂର୍ତ୍ତି କାରିଗର

By

Published : Aug 21, 2020, 8:12 AM IST

ଭଦ୍ରକ: ସହରାଞ୍ଚଳରୁ ଗ୍ରାମାଞ୍ଚଳ । ଭଦ୍ରକ ଜିଲ୍ଲାର ସବୁଆଡେ ବେଶ ଧୁମଧାମରେ ପାଳିତ ହୁଏ ଗଣେଷ ଚତୁର୍ଥୀ । ଆଦିଦେବ ବିଘ୍ନ ବିନାଶକ ଗଣେଷଙ୍କ ପୂଜାର୍ଚ୍ଚନା କରନ୍ତି ଅଞ୍ଚଳବାସୀ । ଆଉ ପୂଜା ପାଇଁ ମୂର୍ତ୍ତି କାରିଗରଙ୍କ ବେପାର ଜମେ ।

କୋରୋନା ସାଜିଲା କାଳ; ଦୁର୍ଦ୍ଦିନରେ ମୂର୍ତ୍ତି କାରିଗର

ହେଲେ କୋରୋନା କାଳରେ ସବୁ କିଛି ଓଲଟ ପାଲଟ ହୋଇଯାଇଛି । ପ୍ରଶାସନିକ କଟକଣା ମଧ୍ୟରେ ଗଣେଶ ପୂଜା ହେବାକୁ ଥିବାବେଳେ ମୂର୍ତ୍ତି କାରିଗରଙ୍କ ବେପାର କିନ୍ତୁ ଠପ୍‌ ହୋଇଯାଇଛି । ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଏମାନେ ।

ପ୍ରଶାସନ 3 ଫୁଟରୁ ଅଧିକ ଉଚ୍ଚର ମୂର୍ତ୍ତି ନକରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ କାରିଗର ମଧ୍ୟ ଏହାକୁ ପାଳନ କରୁଛନ୍ତି । ହେଲେ ପୂର୍ବାପେକ୍ଷା ବେପାର ହେଉନାହିଁ । ଯାହାର ସିଧାସଳଖ ପ୍ରଭାବ ପଡିଛି ଏହି କାରଗରଙ୍କ ଉପରେ । ପୂଜା ସମୟ ଆସିଲେ ମୂର୍ତ୍ତି କରି ନିଜ ଗୁଜୁରାଣ ମେଣ୍ଟାଉଥିବା କାରିଗରମାନେ ଏବେ ସତେ ଯେପରି ହାତବାନ୍ଧି ବସିଛନ୍ତି । ନିଜ ଭାଗ୍ୟକୁ ଆଦରି କିଛି ମୂର୍ତ୍ତି କରି ଗ୍ରାହକଙ୍କୁ ଚାହିଁ ରହିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details