ଭଦ୍ରକ: ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ୱାନ କ୍ରମେ ବିଭିନ୍ନ ସଂଗଠନ ପକ୍ଷରୁ ଭଦ୍ରକ ରେଳ ଷ୍ଟେସନରେ ରେଳରୋକ କରାଯାଇଛି । ଓଡିଶା କୃଷକ ସଭା ସମେତ ସିପିଆଇଏମ, ସିପିଆଇଏମଏଲ, କଂଗ୍ରେସ, ନବନିର୍ମାଣ କୃଷକ ସଂଗଠନ ଓ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଏହି ରେଳ ରୋକ କରାଯାଇ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରାଯାଇଥିବା ଦେଖିବାକୁ ମିଳିଛି ।
ସଂଯୁକ୍ତ କିଷାନ ମୋର୍ଚ୍ଚା ଶାଖା ପକ୍ଷରୁ ଭଦ୍ରକରେ ରେଳରୋକ - bhadrak district news
ଭଦ୍ରକରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ୱାନ କ୍ରମେ ବିଭିନ୍ନ ସଂଗଠନ ପକ୍ଷରୁ ରେଳରୋକ କରାଯାଇଛି । ବିଭିନ୍ନ ଦାବି ଓ ଅସନ୍ତୋଷ ନେଇ କେନ୍ଦ୍ର ବିରୋଧରେ ବର୍ଷିଲେ ମୋର୍ଚ୍ଚା ସଦସ୍ୟ ଓ ସହଯୋଗୀ ସଂଗଠନ । ଅଧିକ ପଢନ୍ତୁ..
ସଂଯୁକ୍ତ କିଷାନ ମୋର୍ଚ୍ଚା ଭଦ୍ରକ ଶାଖା ପକ୍ଷରୁ ରେଳରୋକ
3ଟି କୃଷି ଆଇନ ବାତିଲ କରିବା ସହ, ଦରଦାମ ବୃଦ୍ଧି ରୋକିବା, ଫସଲର ଉଚିତ ମୂଲ୍ୟ ଆଇନ କରିବା, ଲାଭଦାୟକ ଶିଳ୍ପର ଘରୋଇକରଣ ବନ୍ଦ କରିବା ଓ ପୁଞ୍ଜିପତିଙ୍କ କବଳରୁ କୃଷି ଓ଼ କୃଷକଙ୍କୁ ରକ୍ଷା କରିବା ପରି ଏକାଧିକ ଦିଗକୁ ନେଇ ଏହି ରେଳରୋକ କରାଯାଇଥିବା ଶ୍ରମିକ ସଂଗଠନର ନେତା କହିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ