ଓଡିଶା

odisha

ETV Bharat / city

ଭୋଟିଂ ବେଳେ ଦଳିତଙ୍କୁ ମାଡ ଘଟଣା, କାର୍ଯ୍ୟନୁଷ୍ଠାନ ପାଇଁ ଦାବି

ଭଣ୍ଡାରିପୋଖରୀ ବ୍ଲକ ସାନବନସ୍ତା ଗ୍ରାମରେ ଗତ ଏପ୍ରିଲ 29 ତାରିଖ ନିର୍ବାଚନୀ ହିଂସା ଦେଖା ଦେଇଥିଲା । ଏହାର ପ୍ରତିବାଦରେ କିନ୍ନର ସଂଘ ଓ ଓଡିଶା ମାନବାଧିକାର ମଞ୍ଚର 7ଜଣିଆ ଦଳ ଗୁରୁବାର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଯାଇ ଭେଟିଥିଲେ ।

By

Published : May 31, 2019, 1:04 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଭଣ୍ଡାରିପୋଖରୀ ବ୍ଲକ ସାନବନସ୍ତା ଗ୍ରାମରେ ଗତ ଏପ୍ରିଲ 29 ତାରିଖ ନିର୍ବାଚନୀ ହିଂସା ଦେଖା ଦେଇଥିଲା । ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟିଂ ଚାଲୁଥିବା ବେଳେ କିଛି ଖଳ ପ୍ରକୃତି ଲୋକେ ଦଳିତ ଲୋକଙ୍କୁ ସେହି ସ୍ଥାନରେ ମାଡ ମାରିଥିଲେ । ପରେ ମଧ୍ୟ ଗାଁରେ ପଶି ସେହି ଲୋକମାନଙ୍କୁ ଆକ୍ରମଣ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଏନେଇ ଗ୍ରାମବାସୀ ଭଣ୍ଡାରିପୋଖରୀ ଥାନାରେ ଏତାଲା ଦେଇଥିଲେ । ତେବେ ଏନେଇ ଦୀର୍ଘ ଏକ ମାସ ବିତିଯାଇଥିଲେ ମଧ୍ୟ ଭଣ୍ଡାରିପୋଖରୀ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଏହାର ପ୍ରତିବାଦରେ କିନ୍ନର ସଂଘ ଓ ଓଡିଶା ମାନବାଧିକାର ମଞ୍ଚର 7ଜଣିଆ ଦଳ ଗୁରୁବାର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଯାଇ ଭେଟିଥିଲେ । ଏହାସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଥିଲେ ।

ତେବେ ଆରକ୍ଷୀ ଅଧିକ୍ଷକ ଏନେଇ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details