ଓଡିଶା

odisha

ETV Bharat / city

ଭଦ୍ରକରେ ରାସ୍ତା ଅଭାବରୁ ଖଟିଆରେ ବୁହାହେଲେ ରୋଗୀ

ଚାନ୍ଦବାଲି ବ୍ଲକ ନାଳଗୋହିରା ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ରାସ୍ତାର ସ୍ଥିତି ଶୋଚନୀୟ । ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଖଟିଆରେ ବୁହାହୋଇ ଡାକ୍ତରଖାନାରେ ପହଞ୍ଚିଲେ ରୋଗୀ । ଅଧିକ ପଢନ୍ତୁ...

ଭଦ୍ରକରେ ରାସ୍ତା ଅଭାବରୁ ଖଟିଆରେ ବୁହାହେଲେ ରୋଗୀ
ଭଦ୍ରକରେ ରାସ୍ତା ଅଭାବରୁ ଖଟିଆରେ ବୁହାହେଲେ ରୋଗୀ

By

Published : Jul 13, 2020, 5:33 AM IST

ଭଦ୍ରକ: ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ଶେଷରେ ଖଟିଆରେ ବୁହାହୋଇ ମେଡିକାଲ ଆସିଲେ ପକ୍ଷାଘାତ ରୋଗୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ସାମ୍ନାକୁ ଆସିଛି ଏଭଳି ଘଟଣା, ଯାହାକି ଅଞ୍ଚଳର ବିକାଶର ପ୍ରକୃତ ଚିତ୍ରକୁ ପଦାରେ ପକାଇଦେଇଛି ।

ଭଦ୍ରକରେ ରାସ୍ତା ଅଭାବରୁ ଖଟିଆରେ ବୁହାହେଲେ ରୋଗୀ

ସୂଚନା ଅନୁଯାୟୀ ଚାନ୍ଦବାଲି ବ୍ଲକ ନାଳଗୋହିରା ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ହୋଇଯାଇଛି । ଫଳରେ ଲୋକେ ଯିବା ଆସିବା କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିସ୍ଥଳେ ଏହି ଗାଁର ନବଘନ ରାଉତଙ୍କ ସ୍ତ୍ରୀ ଶାନ୍ତିଲତା ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଥିଲେ । ବିଳମ୍ବିତ ରାତିରେ ଅବସ୍ଥା ଗୁରୁତର ହେବାରୁ, ପରିବାର ଲୋକେ ମେଡିକାଲକୁ ବାହାରିଥିଲେ । ହେଲେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବାରୁ, ଆମ୍ବୁଲାନ୍ସ କି କୌଣସି ଗାଡି ଗାଁକୁ ଯାଇପାରିନଥିଲା । ଗ୍ରାମବାସୀ ଶେଷରେ କୌଣସି ଉପାୟ ନପାଇ ଖଟିଆ ମାଧ୍ୟମରେ ରୋଗୀଙ୍କୁ ମେଡିକାଲକୁ ଆଣିଥିଲେ ବୋଲି ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details