ଭଦ୍ରକ: ଜିଲ୍ଲାର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୋରକୋରା ଶାସନ ଅଞ୍ଚଳରେ ଅଭାବନୀୟ ଘଟଣା । କୋରକୋରା ଶାସନ ଗାଁର ଇନ୍ଦ୍ରଜିତ ପଣ୍ଡା ମଦ ପିଇ ଘରକୁ ଆସିବା ପରେ ସେ ହଠାତ ବାନ୍ତି କରିବା ସହ ଛଟପଟ ହୋଇଥିବା ଜଣାପଡିଥିଲା । ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ।
ଅଭାବନୀୟ; ମଦ ପିଇ ଜୀବନ ହାରିଲେ ଯୁବକ - ଭଦ୍ରକ ଖବର
ଭଦ୍ରକ ଜିଲ୍ଲାର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୋରକୋରା ଶାସନ ଅଞ୍ଚଳରେ ଅଭାବନୀୟ ଘଟଣା । ଇନ୍ଦ୍ରଜିତ ପଣ୍ଡା ମଦ ପିଇବାରୁ ହସ୍ପିଟାଲରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଅଧିକ ଖବର ପଢନ୍ତୁ...
![ଅଭାବନୀୟ; ମଦ ପିଇ ଜୀବନ ହାରିଲେ ଯୁବକ ଅଭାବନୀୟ; ମଦ ପିଇ ଜୀବନ ହାରିଲେ ଯୁବକ](https://etvbharatimages.akamaized.net/etvbharat/prod-images/768-512-5327137-thumbnail-3x2-oojpeg.jpg)
ଅଭାବନୀୟ; ମଦ ପିଇ ଜୀବନ ହାରିଲେ ଯୁବକ
ଅଭାବନୀୟ; ମଦ ପିଇ ଜୀବନ ହାରିଲେ ଯୁବକ
ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି । ହେଲେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ସ୍ଥାନୀୟ ଅଞ୍ଚଳରେ ଦେଶୀ ମଦ ଚୋରା କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ସୂଚନା ମିଳିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ