ଭଦ୍ରକ: ବିନା ଲାଇସେନ୍ସରେ ମେଡିକାଲ ଷ୍ଟୋର ! ଅଧିକ ଦାମରେ ଔଷଧ ବିକ୍ରି ! ଥାନାରେ ଦିଆଗଲା ଏତଲା। କାର୍ଯ୍ୟାନୁଷ୍ଠାନ ଶୂନ। ଲାଇସେନ୍ସ ଅବଧି ଶେଷ ହେବା ପରେ ବି ତିହିଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଔଷଧ ଦୋକାନ ଚାଲିଥିବା ଅଭିଯୋଗ ହୋଇଛି। ସେଥିରେ ପୁଣି ରୋଗୀଙ୍କୁ ଅଧିକ ଦାମରେ ଔଷଧ ବିକୁଥିବାର ଅଭିଯୋଗ ହେଉଛି । ଯାହାକୁ ନେଇ ଥାନାରେ ଏତଲା ମଧ୍ୟ ଦିଆଯାଇଛି। ହେଲେ କାର୍ଯ୍ୟାନୁଷ୍ଠାନ ଶୂନ।
ବିନା ଲାଇସେନ୍ସରେ ମେଡିକାଲ ଷ୍ଟୋର! କାର୍ଯ୍ୟାନୁଷ୍ଠାନ ଦାବି - bhadrak medical store news
ବିନା ଲାଇସେନ୍ସରେ ମେଡିକାଲ ଷ୍ଟୋର! ଅଧିକ ଦାମରେ ଔଷଧ ବିକ୍ରି! ଥାନାରେ ଦିଆଗଲା ଏତଲା। ଲାଇସେନ୍ସ ଅବଧି ଶେଷ ହେବା ପରେ ବି ତିହିଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଔଷଧ ଦୋକାନ ଚାଲିଥିବା ଅଭିଯୋଗ ହୋଇଛି।
ବିନା ଲାଇସେନ୍ସରେ ମେଡିକାଲ ଷ୍ଟୋର ! କାର୍ଯ୍ୟାନୁଷ୍ଠାନ ଦାବି
ବିନା ଲାଇସେନ୍ସରେ ମେଡିକାଲ ଷ୍ଟୋର! କାର୍ଯ୍ୟାନୁଷ୍ଠାନ ଦାବି
ସେପଟେ ଏପରି ଅଭିଯୋଗ ଉପରେ ଔଷଧ ଦୋକାନୀ କିଛି କହିବାକୁ ମନା କରିଥିବାବେଳେ ବିଭାଗୀୟ ଅଧିକାରୀ ବି ବିଭିନ୍ନ ଆଳ ଦେଖାଇ କିଛି କହିନାହାଁନ୍ତି। ସେପଟେ ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ‘5ଟି’ ଯୋଜନା ପଦାରେ ପଡିଥିବା କହିଛନ୍ତି ବୁଦ୍ଧିଜୀବୀ। ଅନ୍ୟପଟେ ସରକାର ନିରାମୟ ଯୋଜନା କରିବା ପରେ ମେଡିକାଲ ପରିସରରେ ଥିବା ଔଷଧ ଦୋକାନକୁ ପର୍ଯ୍ୟାୟ କ୍ରମେ ବନ୍ଦ କରିବାକୁ 2015 ମସିହାରେ ନିଷ୍ପତ୍ତି ନେଇଥିବା ବେଳେ ଏ ଦୋକାନ କେବେ ବନ୍ଦ ହେବ ତାକୁ ନେଇ ପ୍ରଶ୍ନ ଉଠିଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ
Last Updated : Dec 10, 2019, 1:29 AM IST