ଭଦ୍ରକ: ଇସଲାମ ଧର୍ମାବଲମ୍ବୀଙ୍କ ମହାନ ପର୍ବ ଭାବେ ପରିଗଣିତ ମହରମ ଅନୁଷ୍ଠିତ ହୋଇଯାଇଛି । ଏନେଇ ଚଳିତ ବର୍ଷ ଭଦ୍ରକ ଜିଲ୍ଲାରେ ସମ୍ପୂର୍ଣ୍ଣ କୋଭିଡ଼ କଟକଣା ମଧ୍ୟରେ ନିରାଡମ୍ବର ଭାବେ ପାଳନ କରିଛନ୍ତି । ଆଉ ଏ ସଂକ୍ରାନ୍ତରେ ଜିଲ୍ଳା ପ୍ରଶାସନ ପକ୍ଷରୁ ପୂର୍ବରୁ ଏକ ପ୍ରସ୍ତୁତି ବୈଠକ ମଧ୍ୟ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା l ତେବେ ଏହି ପ୍ରସ୍ତୁତି ବୈଠକରେ ମହରମ ପର୍ବକୁ ଶାନ୍ତି ଓ ମୈତ୍ରୀ ମଧ୍ୟରେ ପାଳନ କରାଯିବାକୁ ସହମତି ପ୍ରକାଶ ପାଇଥିଲା ।
ସେପଟେ ରାଜ୍ୟ ତଥା ଜିଲ୍ଳାରେ କୋଭିଡ଼ ସଂକ୍ରମଣ ହାର କମିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାବେ କୋଭିଡ ସଂକ୍ରମଣ ଭୟ ଦୂର ହୋଇନାହିଁ । ଏପରି ସ୍ଥଳେ କୋଭିଡ଼ କଟକଣାକୁ ଅଣଦେଖା କରିବା ଆଦୌ ଉଚିତ ନୁହେଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।