ଓଡିଶା

odisha

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ପତି-ପତ୍ନୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭଦ୍ରକ ସିଡିପିଓଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ମହିଳା ସୁପରଭାଇଜର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ । ଅଧିକ ପଢନ୍ତୁ...

By

Published : Aug 30, 2021, 6:35 AM IST

Published : Aug 30, 2021, 6:35 AM IST

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପତି ପତ୍ନୀଙ୍କୁ ବାନ୍ଧିଲା ଭିଜିଲାନ୍ସ
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପତି ପତ୍ନୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭଦ୍ରକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ପତି, ପତ୍ନୀ । ଭଦ୍ରକ ସିଡିପିଓଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ମହିଳା ସୁପରଭାଇଜର ମଲ୍ଲୀଲତା ଦାସ ଓ ତାଙ୍କ ସ୍ୱାମୀ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି । ସୂଚନାନୁଯାୟୀ ଅଗଷ୍ଟ 24 ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଆରଡ଼ି ଛକ ସ୍ଥିତ ବାସ ଭବନ ସମେତ ଭିଜିଲାନ୍ସର 4 ଗୋଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପତି ପତ୍ନୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ତେବେ ଚଢ଼ାଉ ବେଳେ ମୋଟ 2 କୋଟି 63 ଲକ୍ଷ ଟଙ୍କାର ସମ୍ପତ୍ତି ଥିବା ଭିଜିଲାନ୍ସ ହିସାବ କରିଥିଲା । ସୁପରଭାଇଜର ମଲ୍ଲୀଲତାଙ୍କ ଆୟ ଠାରୁ ଅଧିକ 113 ପ୍ରତିଶତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ତାଙ୍କୁ ରବିବାର ଗିରଫ କରିବା ସହିତ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଗିରଫ କରିଛି ।

ସେପଟେ ତାଙ୍କୁ ସେପ୍ଟେମ୍ବର 9 ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗ ହେପାଜତକୁ ପଠାଇ ଦିଆଯାଇଥିବା ନେଇ ସୂଚନା ମିଳିଛି ।

ଭଦ୍ରକରୁ ଦେବଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details