ଓଡିଶା

odisha

ETV Bharat / city

ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ଭଦ୍ରକ - ଲଘୁଚାପ ଜନିତ ଲଗାଣ ବର୍ଷା

ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଭଦ୍ରକ ଜିଲ୍ଲାରେ ଜାରି ରହିଛି। ଜିଲ୍ଲାରେ ସର୍ବାଧିକ ବର୍ଷା ଧାମନଗର ଅଞ୍ଚଳରେ ହୋଇଥିବାବେଳେ ସର୍ବନିମ୍ନ ବର୍ଷା ବନ୍ତ ଅଞ୍ଚଳରେ ହେଇଥିବା ରେକର୍ଡ କରାଯାଇଛି। ଅଧିକ ଖବର ପଢନ୍ତୁ...

ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ଭଦ୍ରକ
ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ଭଦ୍ରକ

By

Published : Aug 15, 2020, 10:31 PM IST

ଭଦ୍ରକ: ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଜିଲ୍ଲାରେ ଜାରି ରହିଛି। ଜିଲ୍ଲାରେ ସର୍ବାଧିକ ବର୍ଷା ଧାମନଗର ଅଞ୍ଚଳରେ ହୋଇଥିବା ବେଳେ ସର୍ବନିମ୍ନ ବର୍ଷା ବନ୍ତ ଅଞ୍ଚଳରେ ହେଇଥିବା ରେକର୍ଡ କରାଯାଇଛି। ଏହି ପ୍ରବଳ ବର୍ଷା ଯୋଗୁଁ ଧାମନଗର ଏନଏସି ଅଫିସ , ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ବର୍ଷା ଜଳ ପଶିଯାଇଛି। ଫଳରେ ସେଠାରେ ସମସ୍ତ କାମ ବାଧାପ୍ରାପ୍ତ ହୋଇଛି।

ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ଭଦ୍ରକ

ସେହିପରି ଧାମନଗର ବଜାର ଠାରୁ ଏନଏସି ଅଫିସ ଏବଂ ଧାମନଗର ମୁଖ୍ୟ ରାସ୍ତାରେ ପାଣି ଜମି ଯାଇଛି। ଏଥିସହ ଅନେକ ତଳିଆ ଅଞ୍ଚଳ ମାନଙ୍କରେ ଲୋକଙ୍କ ଘରେ ପାଣି ପଶି ଯାଇଥିବାବେଳେ ଅନେକ ଚାଷ ଜମି ଜଳାର୍ଣ୍ଣବ ହୋଇ ଯାଇଛି।

ସୂଚନା ଅନୁଯାୟୀ ଆଜି ଜିଲ୍ଲାରେ ମୋଟ 926.4 ମିଲିମିଟର ବର୍ଷା ହୋଇଛି । ସର୍ବାଧିକ 260 ମିଲିମିଟର ବର୍ଷା ଧାମନଗର ଅଞ୍ଚଳରେ ହୋଇଥିବା ବେଳେ ସର୍ବନିମ୍ନ 28 ମିଲିମିଟର ବର୍ଷା ବନ୍ତ ଅଞ୍ଚଳରେ ହୋଇଥିବା ରେକର୍ଡ କରାଯାଇଛି ।

ସେହିପରି ଭଣ୍ଡାରିପୋଖରୀ ଅଞ୍ଚଳରେ 183 ମିଲିମିଟର, ତିହିଡ଼ି ଅଞ୍ଚଳରେ 153 ମିଲିମିଟର, ଚାନ୍ଦବାଲି ଅଞ୍ଚଳରେ 118.4 ମିଲିମିଟର, ବାସୁଦେବପୁର ଅଞ୍ଚଳରେ 95 ମିଲିମିଟର ଓ ଭଦ୍ରକ ଅଞ୍ଚଳରେ 89 ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ତେବେ ଆଜି ଜିଲ୍ଲାରେ ହାରାହାରି 132.34 ମିଲିମିଟର ବୃଷ୍ଟିପାତ ହୋଇଥିବା ଜଣାପଡିଛି।

ଭଦ୍ରକକୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details