ଓଡିଶା

odisha

ତାସ ଖେଳରୁ ମରଣାତ୍ମକ ଆକ୍ରମଣ, 6 ଗୁରୁତର ଆହତ

By

Published : Sep 26, 2020, 9:12 AM IST

ତାସ ଖେଳରୁ ମରଣାତ୍ମକ ଆକ୍ରମଣ । 6 ଜଣ ଗୁରୁତର ଆହତ । ଡାକ୍ତରଖାନାରେ ଭର୍ତ୍ତି । ଅଧିକ ପଢନ୍ତୁ...

ତାସ ଖେଳରୁ ମରଣାତ୍ମକ ଆକ୍ରମଣ, 6 ଗୁରୁତର ଆହତ
ତାସ ଖେଳରୁ ମରଣାତ୍ମକ ଆକ୍ରମଣ, 6 ଗୁରୁତର ଆହତ

ଭଦ୍ରକ: ଝିମିଟି ଖେଳରୁ ମହାଭାରତ । ତାସ ଖେଳରୁ ମରଣାତ୍ମକ ଆକ୍ରମଣ । 6 ଜଣ ଗୁରୁତର ଆହତ । ଡାକ୍ତରଖାନାରେ ଭର୍ତ୍ତି । ଭଦ୍ରକ ଜିଲ୍ଲା ତିହିଡି ଥାନା ତାଳପଦା ହରିଜନ ସାହିରେ ଏପରି ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଗାଁରେ ତାସ ଖେଳ ହେଉଥିବାବେଳେ କେତେକ ପିଲା ଖେଳ ଦେଖି ଅପରପକ୍ଷକୁ ଇସାରା କରୁଥିଲେ । ଗୋଟିଏ ପକ୍ଷର ଯୁବକ ସେମାନଙ୍କୁ ତାଗିଦ କରିବାରୁ ଝଗଡା ଆରମ୍ଭ ହୋଇଥିଲା । ଫଳରେ ସ୍ଥାନୀୟ ବୟସ୍କ ଲୋକ ଘଟଣାର ସମାଧାନ ପାଇଁ ଉଭୟପକ୍ଷଙ୍କୁ ବସାଇଥିଲେ । ଏହି ସମୟରେ ଗୋଟିଏ ପକ୍ଷ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ ।

ତାସ ଖେଳରୁ ମରଣାତ୍ମକ ଆକ୍ରମଣ, 6 ଗୁରୁତର ଆହତ

ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଦୁଇ ପକ୍ଷଙ୍କ ଆକ୍ରମଣରେ 6 ଜଣ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । 3 ଜଣଙ୍କ ଅବସ୍ଥା ସଙ୍ଗୀନ ହେବାରୁ ସେମାନଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ 3 ଜଣ ଏବେ ମଧ୍ୟ ଭଦ୍ରକ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ତିହିଡି ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details