ଭଦ୍ରକ:ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାର ଧିରେ ଧିରେ ଗୁମର ଫିଟିବ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ତାର ସହଯୋଗୀ ଝୁନା ଭୋଇଙ୍କୁ ଗତକାଲି କ୍ରାଇମବ୍ରାଞ୍ଚ ଟିମ ଓ ଭଦ୍ରକ ପୋଲିସର ମିଳିତ ଉଦ୍ୟମରେ ଗିରଫ କରାଯାଇଥିଲା । ଚାନ୍ଦବାଲି JMFC କୋର୍ଟରେ ହଜାର କରାଯିବାପରେ 4 ଅଭିଯୁକ୍ତଙ୍କୁ 5 ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ପହଞ୍ଚିଛନ୍ତି ଶର୍ମିଷ୍ଠା ରାଉତ । ଶର୍ମିଷ୍ଠାଙ୍କ ସମେତ ୪ ଅଭିଯୁକ୍ତ ମଧ୍ୟ ହାଜର ।
ସୂଚନାଅନୁସାରେ, ଗତକାଲି ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥ ନଳାଙ୍ଗ ଠାରେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରାଯାଇଥିଲା। ପରେ ତିହିଡି଼ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୁଇ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହାବାଦ ତିହିଡି଼ ଥାନାରେ ଜେରା କରାଯାଇଥିଲା । ପରେ ଚାନ୍ଦବାଲି ଥାନାରେ ଜେରା କରାଯିବା ପରେ ଚାନ୍ଦବାଲି JMFC କୋର୍ଟରେ ହଜାର କରାଯାଇଥିଲା।