ଓଡିଶା

odisha

ETV Bharat / city

ଅବିଶ୍ରାନ୍ତ ବର୍ଷାରେ ଭାସୁଛି ଭଦ୍ରକ, ନିସ୍ତବ୍ଧ ଜଗତସିଂହପୁର - ଭଦ୍ରକ

ଓଡିଶାରେ ଲାଗିରହିଛି ଲଘୁଚାପ ଜନିତ ବର୍ଷା । ଫଳରେ ଏହା ଜିଲ୍ଲାରେ ଡ୍ରେନେଜ ଅସୁବିଧା ଦେଖାଯିବ ସହ କୃତିମ ବନ୍ୟାର ଅନୁଭୁତି ଦେଉଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Aug 7, 2019, 8:59 PM IST

ଭଦ୍ରକ/ଜଗତସିଂହପୁର: ମଙ୍ଗଳବାର ରାତିଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । 11ଟି ଜିଲ୍ଲାକୁ ରେଡ ଆଲର୍ଟ ଦିଆଯାଇଛି । ରାଜ୍ୟର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଲାଣି । ତେବେ ଉଭୟ ଭଦ୍ରକ ଓ ଜଗତସିଂହପୁର ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଭଦ୍ରକରେ ଜଳ ନିଷ୍କାସନ ହୋଇପାରୁ ନଥିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ସମାନ ପରିସ୍ଥିତି ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ଭଦ୍ରକର କୋର୍ଟ ପରିସର ସମେତ ବିଭିନ୍ନ ମୁଖ୍ୟ ସ୍ଥାନ ମାନଙ୍କରେ ବର୍ଷା ଜଳ ନିସ୍କାସନ ହୋଇପାରୁ ନଥିବାରୁ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପକ୍ଷେ ନିସ୍ତବ୍ଧ ପାଲଟିଛି ଜଗତସିଂହପୁର । ଦୋକାନ ବଜାର ବନ୍ଦ ସହ ସ୍କୁଲ କଲେଜରେ ମଧ୍ୟ ଉପସ୍ଥାପନ କମ୍ ରହିଛି ।

ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି କାରଣରୁ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି କାଟ କରାଯାଇଛି । ଫଳରେ ସରକାରୀ ଓ ବିଭିନ୍ନ ବେସରକାରୀ କାର୍ଯ୍ୟାଳୟ ଅଫିସ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି । ତେବେ ପାଣିପାଗ ସୂଚନାନୁସାରେ, ଆଗାମୀ 48 ଘଣ୍ଟା ମଧ୍ୟରେ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ତଳିଆ ଅଞ୍ଚଳର ସମସ୍ୟା ବିଗିଡି ପାରେ ବୋଲି ଅନୁମାନ କରାଯାଉଛି । ଲଘୁଚାପ କାରଣରୁ ସାରା ଓଡିଶା ଏକ ପ୍ରକାର ଭାସୁଥିବା ଚର୍ଚ୍ଚା ଚାଲିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର/ ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details