ଓଡିଶା

odisha

ETV Bharat / city

ତାତିଲେ ପ୍ରାଥମିକ ଶିକ୍ଷକ ସଂଘ: ଜିଲ୍ଲାପାଳଙ୍କୁ 5 ଦଫା ଦାବିପତ୍ର ପ୍ରଦାନ - ଭଦ୍ରକ ଖବର

ସରକାର ଶିକ୍ଷା ବିଭାଗରେ ଅସମାନତା ସୃଷ୍ଟି କରିଛନ୍ତି ବୋଲି ଅଭିଯୋଗ ହୋଇଛି । ଜିଲ୍ଲାପାଳଙ୍କୁ ଏକ 5 ଦଫା ଦାବିପତ୍ର ପ୍ରଦାନ କରିଛି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ । ଅଧିକ ପଢନ୍ତୁ

ତାତିଲେ ପ୍ରାଥମିକ ଶିକ୍ଷକ ସଂଘ: ଜିଲ୍ଲାପାଳଙ୍କୁ  5 ଦଫା ଦାବିପତ୍ର ପ୍ରଦାନ
ତାତିଲେ ପ୍ରାଥମିକ ଶିକ୍ଷକ ସଂଘ: ଜିଲ୍ଲାପାଳଙ୍କୁ 5 ଦଫା ଦାବିପତ୍ର ପ୍ରଦାନ

By

Published : Dec 27, 2021, 8:47 PM IST

ଭଦ୍ରକ : ସରକାର ଶିକ୍ଷା ବିଭାଗରେ ଅସମାନତା ସୃଷ୍ଟି କରିଛନ୍ତି ବୋଲି ଅଭିଯୋଗ ହୋଇଛି । 2004 ମସିହା ପରେ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କର ପେନସନ ନାହିଁ। ଏହାକୁ ବିରୋଧ କରିଛି ଶିକ୍ଷକ ସଂଘ। ଏନେଇ ବିହିତ ପଦକ୍ଷେପ ଗ୍ରହଣ କରାନଗଲେ । ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ସୂଚନା ଅନୁଯାୟୀ ଓଡିଶା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ 5 ଦଫା ଦାବିପତ୍ର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛି ।

ତାତିଲେ ପ୍ରାଥମିକ ଶିକ୍ଷକ ସଂଘ: ଜିଲ୍ଲାପାଳଙ୍କୁ 5 ଦଫା ଦାବିପତ୍ର ପ୍ରଦାନ

ଜିଲ୍ଲାପାଳଙ୍କ ଜରିଆରେ ଏହି ସଂଘ ଦାବି କରିବା ସହିତ ପୁରୁଣା ପେନସନ ଲାଗୁ କରିବା, ସପ୍ତମ ବେତନ ମୁତାବକ ଅବିକଳ କେନ୍ଦ୍ରୀୟ ପେନସନ ହାର ଲାଗୁ କରିବା, ଶିକ୍ଷକମାନଙ୍କ ମଧ୍ୟରେ ବର୍ଗୀକରଣ ବନ୍ଦ କରିବା, ପାରା ଶିକ୍ଷକ, ଶିକ୍ଷା ସହାୟକ ଓ ଗଣଶିକ୍ଷକମାନଙ୍କୁ ଏକକ ଶିକ୍ଷକ ଭାବେ ଗ୍ରହଣ କରି ନିୟମିତ କରିବା, 2020 ମସିହାରେ ଜାରି ହୋଇଥିବା ଶିକ୍ଷା ନୀତି ପ୍ରତ୍ୟାହାର କରିବା ଏବଂ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ବନ୍ଦ କରି ସେମାନଙ୍କୁ ନିୟମିତ କରିବା ଆଦି ଉଲ୍ଲେଖ ରହିଛି। ରାଜ୍ୟ ସଂଘର ସଭାପତି ତ୍ରିଲୋଚନ ନାୟକଙ୍କ ସମେତ 2004 ମସିହା ପରେ ନିଯୁକ୍ତି ପାଇଥିବା ଅନେକ ଶିକ୍ଷକ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details