ଭଦ୍ରକ:ବିଜେପି ଓ RSS ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛି CPIM । ସୂଚନାନୁସାରେ ସେପ୍ଟେମ୍ବର 8ରେ ସିପିଆଇଏମ ତ୍ରିପୁରା ରାଜ୍ୟ କାର୍ଯ୍ୟାଳୟ ସମେତ 10ଟି କାର୍ଯ୍ୟାଳୟକୁ ବିଜେପି ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘର ଗୁଣ୍ଡା ବାହିନୀ ନିଆଁ ଲଗାଇ ନଷ୍ଟ କରିବା ସହିତ ସିପିଆଇଏମର ନେତୃବୃନ୍ଦଙ୍କୁ ମାଡ ମାରି ଲହୁଲୁହାଣ କରିଥିବା ନେଇ ହୋଇଛି ଅଭିଯୋଗ ।
ତା ସହିତ କୋଟି କୋଟି ଟଙ୍କାର ସିପିଆଇଏମ ପାର୍ଟିର ଗାଡି ଓ ଆସବାବ ପତ୍ରକୁ ଭାଙ୍ଗି ନଷ୍ଟ ମଧ୍ୟ କରିଛନ୍ତି । ଏନେଇ ସିପିଆଇଏମର ବରିଷ୍ଠ ନେତା ଦଶରଥ ଦେବଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ନଷ୍ଟ କରିଛନ୍ତି । ସେପଟେ ବିଜେପି ଓ RSSର ଏହି ଜଘନ୍ୟ ଦମନ ଲୀଳା ଓ ତାଲିବାନୀ ଶାସନ ବିରୁଦ୍ଧରେ ସିପିଆଇଏମ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଏକ ବିକ୍ଷୋଭ ଓ ପ୍ରତିବାଦ ସଭା ଭଦ୍ରକ ବନ୍ତଛକ ଠାରେ ବରିଷ୍ଠ ସିପିଆଇଏମ ନେତା ଚନ୍ଦ୍ରଶେଖର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।