ଭଦ୍ରକ: ମହଙ୍ଗା ପଡ଼ିଲା କୋରୋନା କଟକଣା ଅବମାନନା । ଏକ ବିବାହ ଭୋଜି ପାଇଁ ଭଦ୍ରକ ଜିଲ୍ଲା ତିହିଡ଼ି ତହସିଲ ଅନ୍ତର୍ଗତ ଦୋଳସାହି ଗାଆଁରେ ନିରାଡମ୍ବର ଭାବେ ବ୍ୟବସ୍ଥା ହୋଇଥିଲା । ସେଠାରେ ଶହ ଶହ ଲୋକ ମାନଙ୍କ ପାଇଁ ଭୋଜି ମଧ୍ୟ ପ୍ରସ୍ତୁତ ହୋଇଥିଲା। ଏନେଇ ଖବର ପାଇ ତିହିଡି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ଉକ୍ତ ଅଞ୍ଚଳରେ ଚଢାଉ କରିଥିଲେ ।
ତେବେ କୋଭିଡ କଟକଣା ଭାଙ୍ଗିଥିବା ଅଭିଯୋଗରେ 4 ଜଣଙ୍କୁ ଗିରଫ କରାଯିବା ସହ 30 ହଜାର ଟଙ୍କାର ତଣ୍ଡ ଦେବାକୁ ନିର୍ଦ୍ଦେଶ ହୋଇଥିବା ଟୁଇଟ୍ ଯୋଗେ ତହସିଲଦାର ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ଅନ୍ୟପଟେ ତିହିଡି ଥାନାରେ ଏନେଇ ଅଦ୍ୟାବଧି କୌଣସି ମାମଲା ରୁଜୁ ହୋଇନଥିବା ନେଇ ସୂଚନା ମିଳିଛି ।