ଭଦ୍ରକ: ଜାତୀୟ ରାଜପଥରେ ଜଳିଗଲା ଟ୍ରକ । ସିମେଣ୍ଟ ବୋଝେଇ ଟ୍ରକଟି ରାସ୍ତାରେ ଖରାପ ହୋଇଥିବାବେଳେ ମରାମତି ସମୟରେ ଟ୍ରକରେ ନିଆଁ ଲାଗିଥିବା ନେଇ ଦେଖିବାକୁ ମିଳିଛି । ତେବେ ଘଟଣାସ୍ଥଳରେ ଟ୍ରକର କର୍ମଚାରୀ ସୁରକ୍ଷିତ ଥିବା ନେଇ ସୂଚନା ମିଳିଛି ।
ଜାତୀୟ ରାଜପଥରେ ଜଳିଗଲା ସିମେଣ୍ଟ ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ - fire in truck
ସିମେଣ୍ଟ ବୋଝେଇ ଟ୍ରକଟି ଜାତୀୟ ରାଜପଥ କଡରେ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଅଟକି ରହିଥିଲା । ଗାଡିଟି ମରାମତି କରାଯାଉଥିବା ବେଳେ ହଠାତ୍ ହୋଇଥିଲା ଅଗ୍ନିକାଣ୍ଡ । ଅଧିକ ପଢନ୍ତୁ...
ଜାତୀୟ ରାଜପଥରେ ଜଳିଗଲା ସିମେଣ୍ଟ ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
ସୂଚନାନୁଯାୟୀ, ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥ ଧାମନଗର ଛକ ଫ୍ଲାଏ ଓଭର ବ୍ରିଜ ନିକଟରେ ଟ୍ରକଟି ନିଆଁ ଲାଗି ଜଳିଯାଇଛି । ଆଉ ନିଆଁ ଲାଗିବା ପରେ ସ୍ଥାନୀୟ ଲୋକେ ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ